ଯାଜପୁର ଜିଲ୍ଲାରେ ବାତ୍ୟା “ୟାସ” ର ପ୍ରଭାବ,ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ,ଉପୁଡ଼ିଲା ଗଛ
ଯାଜପୁର(ସଂକେତ ଖବର)
ବାତ୍ୟା ୟାସ ଲ୍ୟାଣ୍ଡ ଫଲ ଆରମ୍ଭ ହେବା ପରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ବହିବା ଆରମ୍ଭ ହୋଇଛି। କେତେକ ସ୍ଥାନରେ ଗଛ ଉପୁଡିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଦେଖିବାକୁ ମିଳିଛି।
ଦଶରଥପୁର ବ୍ଲକ ଦୁବକଣ ଗାଁ ର ଗୋଲଖ ବାରିକ ଙ୍କ ଘର ଉପରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ଯାଜପୁର ସହରର ହାବେଳୀ ବଜାର ରେ ଟିଣ ଉଡି ଯାଇଥିବା ଦେଖିବାକୁ ମିଳିଛି। ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ ନୀଳକଣ୍ଠ ପୁର ରେ ବୃଦ୍ଧା ଓ ଶିଶୁଙ୍କୁ ଉଦ୍ଧାର କରିଛି ଏନ ଡି ଆର ଏଫ। ଯାଜପୁର ବ୍ଲକ ନାଥସାହି ଗାଁ ନିକଟରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ଫଳରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମି ରହି କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଛି।