ଦାଦନଙ୍କ ଅନାଲୋଚିତ କାହାଣୀ,12 କୋଟି ଲୋକଙ୍କ ହାତରୁ ଗଲାଣି କାମ

0

କରୋନା ମହାମାରୀ ଦେଶର ଏବେସୁଦ୍ଧା ୧୨ କୋଟି ଲୋକଙ୍କ ହାତରୁ କାମ ଛଡେଇ ନେଲାଣି। ଜୀବନ ଆଉ ଜୀବିକାର ଏହି ସଂଘର୍ଷ ମଧ୍ୟରେ ଦେଶର ଏକ ଦଶମାଂସ ଲୋକ ଏବେ ପ୍ରଭାବିତ୍। କେବେ ଏ ସ୍ଥିତିରେ ସୁଧାର ଆସିବ, ପୁନର୍ବାର ସେମାନେ କେବେ ସେମାନଙ୍କ କର୍ମକ୍ଷେତ୍ରକୁ ଫେରିବେ ତାହା କାହାକୁ ଜଣାନାହିଁ। କାମ ହରାଇଥିବା ମଣିଷମାନଙ୍କର ପରିବାର (ଅନ୍ୟୁନ୫୦ କୋଟି) ଏବେ ଘୋର ସଙ୍କଟ ମଧ୍ୟରେ ଜୀବନ ନିର୍ବାହ କରୁଛନ୍ତି।

ଏମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀ । ୯୧.୩ ପ୍ରତିଶତ ଦାଦନ ଓ କ୍ଷୁଦ୍ର ବ୍ୟବସାୟୀ କାମ ହରାଇଥିବା ବେଳେ ବଡ ମଧ୍ୟମ ଓ ବୃହତ ଶିଳ୍ପାନୁଷ୍ଠାନରେ ୧୮.୩ ପ୍ରତିଶତ କାମ ହରାଇବାକୁ ପଡିଛି। ବେତନଭୋଗୀ ଘରୋଇ ଉଦ୍ୟୋଗରେ କାର୍ଯ୍ୟରତଙ୍କ ମଧ୍ୟରୁ ଏବେସୁଦ୍ଧା ଦେଶରେ ୧୭.୮ ପ୍ରତିଶତ କାମ ହରାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଦିନେ ଯେଉଁ କୃଷି କ୍ଷେତ୍ରକୁ ଅଣଦେଖା କରି ଲୋକମାନେ ଅନ୍ୟ କ୍ଷେତ୍ରକୁ ଚାଲି ଯାଉଥିଲେ ଏବେ ସେମାନେ ପୁନର୍ବାର କାମ ହରାଇ କୃଷି କ୍ଷେତ୍ରରେ ସାମିଲ ହୋଇଛନ୍ତି।

କରୋନା ସମୟରେ କୃଷି କ୍ଷେତ୍ରରେ ପୂର୍ବପେକ୍ଷା ଅଧିକ ୫.୮ ପ୍ରତିଶତ ଲୋକ ଦେଶରେ ସାମିଲ ହୋଇଛନ୍ତି। ଏ ସୁଚକାଙ୍କ ଆଗକୁ ଆହୁରି ବୃଦ୍ଧି ପାଇବାର ଅଛି ବୋଲି ବିଶ୍ବ ବ୍ୟାଙ୍କ ଏକ ପୂର୍ବାଭାସ ଦେଇଛି। ହାତରୁ କାମ ଚାଲିଗଲା ପରେ ଏବେ ଅନେକ ଲୋକଙ୍କର ବୃତ୍ତି ମଧ୍ୟ ବଦଳି ଯାଇଛି। ଭାତ ହାଣ୍ଡିରୁ ଗୋଟିଏ ପରି ଦିଲ୍ଲୀରେ ଏକ ଘରୋଇ ସ୍କୁଲରେ ମାସିକ ୯୦୦୦ ଟଙ୍କାରେ କାମ କରୁଥିବା ଅବଦୁଲ୍ କରିମ୍ ନାମକ ଜଣେ ଯୁବକ ଏବେ ଚାକିରୀ ହରାଇ ସାଇକେଲ ମରାମତି କାମ କରୁଛି। ଆର୍ଥିକ ସଙ୍କଟକୁ ସାମ୍ନା କରିନପାରି ପିଲା ପରିବାରକୁ ଧରି ଏବେ ଗାଁକୁ ଚାଲି ଯାଇଛି ।

ଦିଲ୍ଲୀରେ କାମ କରୁଥିବା କରିମ୍ ଏବେ ଉତ୍ତରପ୍ରଦେଶର ନିଜ ଜନ୍ମ ମାଟିରେ, ପଚାରିବାରୁ କେବେ ଦିଲ୍ଲୀ ଫେରିବ କହେ ତାହା ମୋତେ ଜଣାନାହିଁ। ମୋତେ ମୋ ସ୍ତ୍ରୀ ଆଉ ପିଲାକୁ ନେଇ ବଞ୍ଚିବାକୁ ହେଲେ କିଛିନା କିଛି କାମ କରିବାକୁ ପଡିବ ଭାବି ଏହି କାମ କରୁଛି। Centre for Monetaring Indian Economic ନାମକ ଏକ ସଂସ୍ଥାର ସର୍ଭେ ଅନୁଯାୟୀ ରାସ୍ତା କଡର ଦୋକାନୀ, ଦାଦନ ଶ୍ରମିକ,କ୍ଷୁଦ୍ର ବ୍ୟବସାୟୀ, ନିର୍ମାଣ ଶ୍ରମିକ ମାନଙ୍କୁ ସର୍ବାଧିକ କାମ ହରାଇବାକୁ ପଡିଛି। ଅନେକ କ୍ଷେତ୍ରରେ ବେତନରୁ ଏକ ଅଂଶ କାଟି ଦିଆଯାଇଛି।

ଏଠାରେ ସ୍ମରଣଯୋଗ୍ୟ ୨୦୧୪ ମସିହାରେ NDA ସରକାର ଗଠନ ପରେ ଦେଶରୁ ଗରୀବ ବେରୋଜଗାରୀ ହଟାଇବାର ଯେଉଁ ପ୍ରତିଶ୍ରୁତି ଦିଆଯାଇ ଥିଲା ତାହା ବୋଧହୁଏ ଏଯାଏ ପୁରଣ ହୋଇପାରି ନାହିଁ। ସାରା ବିଶ୍ବ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଆମ ଦେଶ ମଧ୍ୟ ସମାନ ସ୍ଥିତିକୁ ସମ୍ମୁଖୀନ ହୋଇଛି। ସମୟ କହିବ ଏ ଯନ୍ତ୍ରଣାର ଅନ୍ତ କେବେ ହେଲେ ପେଟ ପାଇଁ ଦୁର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ମଣିଷଟି ଏବେ କ’ଣ କରିବ ତାହା ଚିନ୍ତାକଲା ବେଳକୁ ପାଦ ତଳର ମାଟି ଦୋହଲି ଗଲାପରି ଲାଗୁଛି।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page