ପଶୁଠାରୁ ହୀନ ପ୍ରବାସୀ ଜୀବନ !

0

ପଶୁ ପକ୍ଷୀଙ୍କ ଉପରକୁ ଖାଦ୍ୟ ପକାଯିବାର ଦୃଶ୍ୟ ଆମେ ଦେଖିଛନ୍ତି ହେଲେ ମଣିଷ ଉପରକୁ ଖାଦ୍ୟ ପକାଯିବାର କଥା ଶୁଣିବା ବେଳକୁ କଥାଟା କେମିତି ଅଡୁଆ ଲାଗୁଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫିରୋଜାବାଦ୍ ରେଳ ଷ୍ଟେସନରେ। ଜନୈକ ରେଳ କର୍ମଚାରୀ ନିଜର ଜନ୍ମଦିନ ମନାଇବା ଉଦ୍ଦେଶ୍ୟରେ ଗୋଟିଏ ଶ୍ରମିକ ସ୍ପେସାଲ୍ ଟ୍ରେନରେ ଯାଉଥିବା ପ୍ରବାସୀ ମାନଙ୍କ ଉପରକୁ ବିସ୍କୁଟ ପକାଇଛନ୍ତି ।

ଏ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଦେଶବ୍ୟାପି ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରେଳ ବିଭାଗ ତୁରନ୍ତ ଏ ଘଟଣାରେ ହସ୍ତକ୍ଷେପ କରି ସମ୍ପୃକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ପ୍ରକାଶଯୋଗ୍ୟ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୩୦୦ କିଲୋମିଟର ଦୁରରେ ଅବସ୍ଥିତ ଫିରୋଜାବାଦ୍ ଷ୍ଟେସନ ନିକଟ ତୁଣ୍ଡଲା ଜଙ୍କସନରେ ମୂଖ୍ୟ ଟିକେଟ୍ ତଦାରଖ ଭାବରେ କାର୍ଯ୍ୟରତ ଶ୍ରୀ ଡି କେ ଦିକ୍ଷୀତ ନାମକ ବରିଷ୍ଠ କର୍ମଚାରୀ ନିଜ ଜନ୍ମଦିନ ପାଳନ କରିବାକୁ ଯାଇ ଏକ ଟ୍ରଲି ଯୋଗେ ବିସ୍କୁଟ ପ୍ୟାକେଟ ପ୍ରବାସୀ ଶ୍ରମିକ ମାନଙ୍କ ଉପରକୁ ପକାଉ ଥିବାର ଦେଖିବାକୁ ମିଳିଛି।

ଯଦିଓ ଏହି କାର୍ଯ୍ୟ ଗୋଟିଏ ଦୃଷ୍ଟିରୁ ଭଲ ବୋଲି ବିଚାର କରାଯାଉଛି ହେଲେ ଯେଭଳି ଢଙ୍ଗରେ ପ୍ରତ୍ୟକ ବଗି ଦ୍ବାର ନିକଟରେ ଠିଆହୋଇ ପ୍ୟାକେଟ୍ ଭିତରକୁ ପକାଯାଉଛି ତାହା ଅନେକଙ୍କୁ କଷ୍ଟ ଦେଇଛି। ପ୍ରବାସୀ ମାନଙ୍କର ଏଭଳି ଦୁର୍ଦ୍ଦିନ ସମୟରେ ଏହା ଏକ ଅଟ୍ଟହାସ୍ୟ ବୋଲି ମଧ୍ୟ ବିଚାର କରାଯାଇଛି। ପ୍ରବାସୀ ଶ୍ରମିକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବିକଳ୍ପ ଥାଉ ଥାଉ କର୍ମଚାରୀ ଜଣକର ଏଭଳି କାର୍ଯ୍ୟକୁ ସବୁ ମହଲରୁ ନାପସନ୍ଦ କରାଯାଇଛି।

କରୋନା ପାଇଁ ଦେଶବ୍ୟାପି ଚାଲିଥିବା ଲକ୍ ଡାଉନ ପାଇଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଏବେ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ସାହାର୍ଯ୍ୟ କରିବାକୁ ଯାଇ ସେମାନଙ୍କ ଉପରକୁ ଖାଦ୍ୟ ପକାଇବା ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଦେଇଛି। ସତେ ଯେମିତି ଲାଗୁଛି କଷ୍ଟ ଯନ୍ତ୍ରଣା ଆଉ ଅପମାନରର ଅନ୍ୟନାମ ଏହି ଦାଦନ ବୋଲି।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page