ଦାମଙ୍କ ବୟାନ ବାସ୍ତବ ନା ବାହାସ୍ପୋଟ: ପ୍ରପୁଂଲ୍ଲ

0

ଯାଜପୁର(ଏସ ରାୟ):

କିଛି ଦିନ ତଳେ ଦଳରୁ ବିଦା ହୋଇଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ଆସନ୍ତା ୭ ତାରିଖରେ ନୂତନ ଦଳ ପ୍ରତିଷ୍ଠା ହେବ ଓ ପ୍ରଥମ ସମାବେଶ ବାରିପଦାରେ ଅନୁଷ୍ଠିତ ହେବା ନେଇ କୁଜଂଗରେ ସୂଚନା ଦେଇଛନ୍ତି ଦାମ । ଦାମ ଆହୁରି କହିଛନ୍ତି ଏହି ସମାବେଶରେ ଦଳରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରପୁଂଲ୍ଲ ଘଡେଇ ଙ୍କ ସମେତ ବହୁ ବରିଷ୍ଠ ନେତା ଏଥିରେ ସାମିଲ ହେବେ । କିନ୍ତୁ ଏହି ବୟାନକୁ ସଂପୁର୍ଣ୍ଣ ମିଛ ବୋଲି କହିଛନ୍ତି ପ୍ରପୁଂଲ୍ଲ । ଦାମ ଙ୍କ ବୟାନ ସଂପୁର୍ଣର୍ ଅପ୍ରାସଂଗିକ ଓ ଏ ନେଇ ସେ ମୋ ସହିତ ଆଦୌ ଆଲୋଚନା ମଧ୍ୟ କରିନାହାଁନ୍ତି । ବାରମ୍ବାର ମୁଁ ଗଣମାଧ୍ୟମକୁ କହିଛି ଯେ ମୁଁ ଆଉ କୌଣସି ନିର୍ବାଚନରେ ଲଢ଼ିବାର ପ୍ରଶ୍ନ ଉଠୁନାହିଁ । ତା ଛଡା ମୁଁ ବିଜେଡିରେ ଥିଲି,ଏବେ ମଧ୍ୟ ରହିଛି ବୋଲି ମୁଁ ବିଶ୍ୱାସ କରେ ଆଗକୁ ବି ବିଜେଡିରେ ରହିିବି । ତେବେ ଦାମ କାହିଁକି ଏଭଳି ଏକ ବୟାନ ଦେଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଦାମ ଙ୍କ ବୟାନ ପଛରେ ପ୍ରକୃତ ରହସ୍ୟ କିଛି ଅଛି ନା ଖାଲି ଉପର ଠାଉରିଆ ବୟାନ ଦେଉଛନ୍ତି । ତେବେ ଅନ୍ୟପଟେ ଯଦି ଦେଖାଯାଏ ପ୍ରପୁଂଲ୍ଲ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସମୟ ରହୁଥିବା ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରୁଛନ୍ତି । ସୁକିନ୍ଦାର ଆଗଧାଡିର ବିଜେଡି ନେତା ମାନେ ମଧ୍ୟ ପ୍ରପୁଂଲ୍ଲଙ୍କୁ ଏବେବି ସେମାନଙ୍କର ମୁରବୀ ସମ୍ମାନ ଦେଉଥିବା ଦେଖିବାକୁ ମିଳୁଛି । ତେବେ ଦାମଙ୍କ ଏଭଳି ବୟାନ ର ବାସ୍ତବତା ରହିଛି ନା ଏହା ବାହାସ୍ପୋଟ ତାହା ଆଗାମୀ ଦିନରେ ଜଣାପଡିବ ।Sanket Khabar Advertisement

Leave a Reply

Your email address will not be published. Required fields are marked *

You cannot copy content of this page