ବୌଦ୍ଧ:କୂଅ ସଫାକରିବାକୁ ଯାଇ ଚାଲିଗଲା ୨ ଜୀବନ
![](https://www.sanketkhabar.com/wp-content/uploads/2020/05/IMG-20200528-WA0038-1024x768.jpg)
ବୌଦ୍ଧ(ସଂକେତଖବର)
ବୌଦ୍ଧ ଜିଲାରେ ଅଭାବନୀୟ ଘଟଣା। କୂଅ ସଫା କରିବାକୁ ଯାଇ ଦୁଇ ମୃତ, ଉଦ୍ଧାର କରିବାକୁ ଯାଇ ଜଣେ ଗୁରୁତର । ଗୁରୁତର ଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି, ଦୁଇ ମୃତକ ହେଲେ ବୌଦ୍ଧ ଟୁଟୁସିଙ୍ଗା ଗ୍ରାମର ରଙ୍ଗ ମିସ୍ତ୍ରୀ ପ୍ରଫୁଲ ସାହୁ, ଓ ନିରଞ୍ଜନ ଭୋଇ । ଘର ମାଲିକଙ୍କ ନିର୍ଦେଶ କ୍ରମେ କୂଅ ସଫା କରିବାକୁ ଯାଇଥିଲେ । ଅକ୍ସୀଜେନ ଅଭାବରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା । ଘଟଣା ଘଟିଛି ବୌଦ୍ଧ ସହର ବ୍ରିଜ ଛକ ନିକଟରେ । ଘର ମାଲିକ ବ୍ରଜ କିଶୋର ବିଶି ଙ୍କୁ ପୋଲିସ ରଖିଛି ଅଟକ ରଖି ପଚରା ଉଚୁରା କରୁଛି।