ଯାଜପୁର:ଯୌତୁକ ପାଇଁ ମାରିଦେଲେ।
![](https://www.sanketkhabar.com/wp-content/uploads/2020/05/IMG_20200528_161354-1024x576.jpg)
ଦଶରଥପୁର(ସଙ୍କେତ ଖବର)
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ ବୋଲି ଜଣାପଡିଛି । ସେ ୨୦୧୮ ମସିହାରେ ଦୁଦୁରାଅନ୍ତା ଗ୍ରାମର ବିକାଶ ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ପରିବାର ପକ୍ଷରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ହେଲେ ଅଧିକ ଯୌତୁକ ଆଣିବାକୁ ବିବାହ ପରଠାରୁ ସଙ୍ଗୀତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ବିବାହ ସମୟରେ ଦାବି ମୁତାବକ ଯୈାତୁକ ଦିଆଯାଇଥିବା ବେଳେ ଅଧିକ ଦୁଇ ଲକ୍ଷ ଟଙ୍କା ପାଇଁ ସଙ୍ଗୀତା ଉପରେ ଚାପ ପକାଯାଉଥିଲା । ତେବେ ଗତକାଲି ଶାଶୁଘର ଲୋକେ ତାଙ୍କୁ ମାରିଦେଇଥିବା ମୃତ ସଂଗୀତାର ମା ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ପକ୍ଷରୁ ସଫେଇ ଦିଆଯାଇଛି । ଖବର ପାଇ ମଙ୍ଗଳପୁର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ଗିରପଂ କରିଛି ପୋଲିସ ।