ଖରସ୍ରୋତା ର ପୁନରୁଦ୍ଧାର ପାଇଁ ଦାବୀ

0

ଯାଜପୁର(ସଙ୍କେତ ଖବର) ଖରସ୍ରୋତା ନଦୀର ପୁନଃରୁଦ୍ଧାର ପାଇଁ ଖରସ୍ରୋତା ପୁନଃରୁଦ୍ଧାର ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଖରସ୍ରୋତା ପୁନଃରୁଦ୍ଧାର ସମିତିର ସଦସ୍ୟ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ମାନେ କୁଆଖିଆର ସରଙ୍ଗପୁରରୁ ଏକ ପଦଯାତ୍ରାରେ ଆସି ରସୁଲପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ସ୍ୱାଧୀନତା ସଂଗ୍ରାମୀ ତଥା ଧର୍ମଶାଳାର ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣକରି ଥିଲେ ଏବଂ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ l ଏପଟେ କେବଳ ଆନ୍ଦୋଳନ ସମୟରେ ସରକାରଙ୍କର ଖରସ୍ରୋତା କଥା ମାନେ ପଡେ l ଗୋଟେ ପଟେ ଯାଜପୁର ରେ ବୈତରଣୀର ଗତିପଥ ବଦଳାଇବା ପାଇଁ ହଜାର ହଜାର କୋଟି ଖର୍ଚ୍ଚ ହେଉଥିବା ବେଳେ ଖରସ୍ରୋତା ପାଇଁ କାହିଁକି ଏଭଳି ମନଭାବ ବୋଲି ପ୍ରଶ୍ନ କରିଛନ୍ତି l କୋରେଇ ଓ ଧର୍ମଶାଳା ବିଧାୟକଙ୍କୁ ବାରମ୍ବାର ଜଣାଇବା ପରେ କାର୍ଯ୍ୟ ନହେବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନାତ୍ମକ ପନ୍ଥା ଆବାଳମ୍ବନ କରିଥିବା କହିଛନ୍ତି l ତେବେ ଆଗାମୀ ଦିନରେ ଯଦି ଖରସ୍ରୋତାର ପୁନଃରୁଦ୍ଧାର ନହୁଏ ତେବେ ରାଜରାସ୍ତାରେ ଆତ୍ମହୁତି ଦେବେ ବୋଲି ସମିତିର ଆବାହକ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *

You cannot copy content of this page