ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକାଠି ହେଲେ ସବୁ ଦଳ,ଆନ୍ଦୋଳନ ପାଇଁ ଶାଣିତ ହେଲା ସ୍ୱର

0

ଯାଜପୁର:(ସଂକେତ ଖବର ବ୍ୟୁରୋ)

ଯାଜପୁର ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିବାଦ ବଢ଼ିବାରେ ଲାଗିଛି । ମୁଖ୍ୟତଃ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନ ଚୟନକୁ ନେଇ ଏହି ବିବାଦ ଦେଖାଦେଇଛି । ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଙ୍କୁଲା ଠାରେ ଜମି ଚିହ୍ନଟ ହୋଇଥିବା ଜିଲାପ୍ରଶାସନ ସୂଚନା ଦେଇଥିବା ବେଳେ ଏହି ନିଷ୍ପତି ବିରୋଧରେ ସ୍ୱର ବଢ଼ିବାରେ ଲାଗିଛି । ଆଙ୍କୁଲା ବଦଳରେ ପାଣିକୋଇଲି ଠାରେ ଏହି କଲେଜ ପ୍ରତିଷ୍ଠା କରିବାକୁ ସବୁ ଦଳ ଏକାଠି ହୋଇଛନ୍ତି । ପାଣିକୋଇଲି ଠାରେ ଅନୁଷ୍ଠିତ ଏକ ମହା ସମାବେଶରେ ଏକତ୍ରିତ ହୋଇ ଆଗକୁ ଆନ୍ଦୋଳନକୁ ତିବ୍ରତର କରିବାକୁ ନିଷ୍ପତି ହୋଇଛି ।
କେନ୍ଦ୍ର ଓ ରାଜ୍ୟ ମିଳିତ ସହଭାଗିତାରେ ଯାଜପୁର ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଘୋଷଣା ହୋଇଛି । ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ୩ ଜିଲା ମଧ୍ୟରୁ ଯାଜପରୁ ମଧ୍ୟ ସ୍ଥଳୀ ହୋଇଥିବାରୁ ଏଠାରେ ମେଡିକାଲ କଲେଜ କରାଯିବାକୁ ସ୍ଥିର ହୋଇଛି । ମାତ୍ର ଯାଜପୁର ଜିଲ୍ଲା ସଦରମହକୁମା ବା ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକୀୟ ଭିତିଭୂମିର ଅଭାବ ଯୋଗୁ ସରକାରୀ ବ୍ୟବସ୍ଥାନୁଯାୟୀ ଏହା ୧୦ କିମି ପରିଧି ମଧ୍ୟରେ କରାଯିବା କଥା । କିନ୍ତୁ ଜିଲ୍ଲା ପ୍ରଶାସନ ଚଂଚକତାପୂର୍ଣ୍ଣଭାବେ ଡିଏମଏଫ ଫଣ୍ଡକୁ ବେଆଇନଭାବେ ଜମିକିଣାରେ ଖର୍ଚ୍ଚ କରୁଛି । ପାଣିକୋଇଲିରେ ପର୍ଯ୍ୟପ୍ତ ସରକାରୀ ଜମି, ଗମନାଗମନରର ସୁବିଧା, ଦୁର୍ଘଟଣା ପ୍ରବଣ ଅଂଚଳ, ବନ୍ୟା ମୁକ୍ତ ଅଂଚଳ ହୋଇଥିବା ବେଳେ ସମସ୍ତ ସରକାରୀ ସୁବିଧା ଥାଇ ପାଣିକୋଇଲିରେ କାହିଁକି ମେଡିକାଲ କଲେଜ ନହେବ ସେ ନେଇ ପ୍ରଶ୍ନ ଉଠିଛି । ୰ ବିଜୁ ବାବୁ ଜିଲ୍ଲାର ସଦରମହକୁମା ପାଣିକୋଇଲି ଠାରେ କରାଯିବାକୁ ନିଷ୍ପତି ନେଇ ଜଯାତିନଗର ନାମ କରଣ କରିଥିଲେ । ଏସପିଙ୍କ କାର୍ଯ୍ୟାଳୟ ପାଣିକୋଇଲିରେ ଥିବା ବେଳେ ଚଂଚକତା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଜପୁରରେ କରାଯାଇ ବିଜୁ ବାବୁଙ୍କ ସ୍ୱନ୍ନକୁ ଅଧୁରା ରଖାଗଲ । ବିଜୁ ବାବଉଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମେଡିକାଲ କଲେଜ କରାଯିବାର ଆବଶ୍ୟକତା ରହିଛି । ପାଣିକୋଇଲିରେ ମେଡିକାଲ କଲେଜ ଦାବିରେ ବିଭିନ୍ନ ଆନ୍ଦୋଳନ ପରେ ଆଜି ଅପରାହ୍ନରେ ମହାସମାବେଶ ଅନୁଷ୍ଠିତ ହୋଇଛି । କ୍ରିୟାନୁଷ୍ଠାନ କମିଟିର ଅବାହକ ଧରଣୀଧର ଘଡାଇଙ୍କ ସଭାପତିତ୍ୱରେ ସୁବାସ ଧଳଙ୍କ ସଂଚଳନାରେ ଅନୁଷ୍ଠିତ ସର୍ବର୍ ଦଳୀୟ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଡା. ନିର୍ମଳ ରଥ ଅନ୍ଦୋଳନର ସୂଚନା ପ୍ରଦାନ କରିଥିବା ବେଳେ ରାକେଶ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଅତିଥିଭାବେ ସିପିଏମ ରାଜ୍ୟ ସମ୍ପାଦକ ସନ୍ତୋଷ ଦାସ, ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା, ହୃଷିକେଶ ରାଉତ, ବ୍ୟାସନଗର କ୍ରିୟାନୁଷ୍ଠାନ କମିଟିର ଆବାହକ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ପଦ୍ମାକର ଗୁରୁ, ସୂଚନାଧିକାର କର୍ମି ସର୍ବେଶ୍ୱର ବେହୁରା,ସିପିଏମ ଜିଲ୍ଲା ସମ୍ପାଦକ ପ୍ରଫୁଲ୍ଲ ନାୟକ, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ସୁରେନ୍ଦ୍ର ରାୟ, ବରୁଣ୍ଡାଇ ଆଂଚଳିକ ପରିଷଦର କାଳନ୍ଦୀ ଜେନା, ଧର୍ମଶାଳାର କାହ୍ନୁ ଚରଣ ଦାସ, ଯାଜପୁର ଏକତା ମଂଚର ସଭାପତି ଗୟାଧର ମଲ୍ଲିକ, ବ୍ୟାସନଗର ବିଜେଡି ସଭାପତି ବ୍ରଜ କିଶୋର ରାଉତ, ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, କୃଷକ ନେତା ବଳରାମ ସାହୁ, ଅଦୈତ ଚରଣ ଦାଶ, ସୂର୍ଯ୍ୟମଣି ପଣ୍ଡା, କାଜଲ କିନ୍ନର, କଂଗ୍ରେସ ବ୍ଲକ ସଭାପତି ମଧୁସୂଦନ ସାହୁ, ବରିଷ୍ଠ ନେତା ହରେକୃଷ୍ଣ ସାହୁ, ବ୍ୟାସନଗର ପୂର୍ବତନ ପୌରଉପାଧକ୍ଷ ପ୍ରମୋଦ ପରିଡା, ସମିତିସଭ୍ୟ ସେକ ଜହର ଅଲ୍ଲୀ, ପିତାମ୍ବର ନନ୍ଦ ପ୍ରମୁଖ ଯୋଗଦେଇ ପାଣିକୋଇଲି ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜଣାଇଥିଲେ । ଶେଷରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଘନଶ୍ୟାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମିତିସଭ୍ୟ ଜୟନ୍ତୀ ସାହୁ, ପ୍ରମୋଦ ସାହୁ, ବଳରାମ ସେଠୀ, କୁଳମଣି ଦାସ, ସରପଂଚ ପ୍ରକାଶ ମଲିକ, ରୁନ୍ୁ ଭୂୟାଁ, ସୁରେଖା ସେଠୀଙ୍କ ସମେତ ବହୁ ଜନପ୍ରତିନିଧି ଯୋଗଦେଇଥିଲେ । ଡା. ସୁରେଶ ପଣ୍ଡା, ସନ୍ତୋଷ କୁମାର ବେହେରା, ତାରିଣୀ ପଟ୍ଟନାୟକ, ବିପିନ ଧଳ, ନିମାଇଁ ମଲ୍ଲିକ, ସ୍ୱପ୍ନାନନ୍ଦ ଦାସ, ନୃସିଂହ ଚରଣ ଦଳାଇ, ନିରଂଜନ ରାଉତ, ରବିନ ଘଡାଇ, କଳ୍ପତରୁ ମହାପାତ୍ର, ରଘୁନାଥ ମାଝି, ମାନସ ରାୟ, ମୁସ୍ତାକ ଅଲ୍ଲୀ, ଅରୁପାନନ୍ଦ ମଲ୍ଲିକ, ଦେବବ୍ରତ ମହାପାତ୍ର, ଜିତେନ୍ଦ୍ର ବେହେରା, ବିରଂଚି ପରିଡା, ପ୍ରେମେସ ମହାକୁଡ, ଅଶୋକ ବେହେରାଙ୍କ ସମତେ ଆମେ ବିପଦର ସାଧି ପକ୍ଷରୁ କାର୍ଯ୍ୟ୍ରକମ ପରିଚାଳନାରେ ସହଯୋଗ କରିଥିଲେ । ଏହି ମହାସମାବେଶରେ ୫ ହଜାରୁ ଉର୍ଦ୍ଧ ଛାତ୍ର, ଯୁବକ, କୃଷକ, ଶ୍ରମିକ, ଶିକ୍ଷାବିତ୍, ବୁଦ୍ଧିଜିବୀ ଯୋଗଦେଇଥିବା ବେଳେ ଆଗାମୀ ନିନରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page