ଯାଜପୁର ରୋଡ଼ ରେଳ ଡିଭିଜନ ପାଇଁ ଦାବି ଜୋର ଧରିଲା
![](https://www.sanketkhabar.com/wp-content/uploads/2021/07/IMG_20210717_210347-1024x558.jpg)
ବ୍ୟାସନଗର(ସଙ୍କେତ ଖବର)ଯାଜପୁର କେନ୍ଦୁଝର ରୋଡ ରେଳ ଡିଭିଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଦଳା ସ୍ଥିତ ଜାଭିୟାର୍ସ ସ୍କୁଲ ରେ ବ୍ୟାସନଗର ମିଳିତ ମଞ୍ଚ ଆନୁକୂଲ୍ୟରେ ରେ ଅନୁଷ୍ଠିତ ହୋଇଯାଇଛି । ଏଠାରୁ ଯାଜପୁର ଜିଲ୍ଲା ସମେତ ଅନ୍ୟାନ୍ୟ ପଡୋଶୀ ଜିଲ୍ଲା ଗୁଡିକ ରେ ରେଳ ଚଳାଚଳ ଦ୍ୱାରା ବହୁତ ଗୁଡିଏ କଞ୍ଚା ମାଲ ଯଥା ଲୁହା ପଥର କୋଇଲା ଏବଂ ସିମେଣ୍ଟ, ଚାଉଳ, ଗହମ, ସାର ଆଦି ଆମଦାନୀ ଓ ରପ୍ତାନୀ ହେଉଛି ଯାହାର ପର୍ଯ୍ୟାପ୍ତ ପରିମାଣର ରାଜସ୍ୱ ସରକାରଙ୍କୁ ମିଳୁଛି । ହେଲେ ଯାଜପୁର ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇ ଥିଲେ ହେଁ ବ୍ୟାସନଗର ରେ କେବଳ ଧୂଳିଧୂଆଁ ରେ ସୀମିତି ହୋଇ ରହିଛି।ପୂର୍ବରୁ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନ କୁ ଏକ ରେଳ ଡିଭିଜନ ପାଇଁ ପ୍ରଥମେ ଦାବି କରିଥିଲେ । ଏହି ଦାବିକୁ ବିଭିନ୍ନ ମହଲରେ ସମର୍ଥନ ମଧ୍ୟ ମିଳିଛି।
![](https://www.sanketkhabar.com/wp-content/uploads/2021/07/IMG_20210717_210402-1024x566.jpg)
ଯାଜପୁର ରୋଡ଼ ରେଳ ଷ୍ଟେସନ ଉପରେ ହରିଦାସପୁର -ପାରାଦ୍ୱୀପ ସୁକିନ୍ଦା ରୋଡ-ଅନୁଗୁଳ , ଯଖପୁରା – ବାଂଶପାଣି ରେଳପଥ ନିର୍ଭର କରେ। ଆଉ ମଧ୍ୟ ଯାଜପୁର ରୋଡ ମା ବିରଜା ଓ ଯାଜପୁର ରୋଡ ଆଖଣ୍ଡଳମଣି ରେଳ ଲାଇନ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ଲକ୍ଷ୍ୟ ରହିଛି। କେନ୍ଦ୍ର ରେଳମନ୍ତ୍ରୀ ଭାବେ ମାନ୍ୟବର ଅଶ୍ୱନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପରେ କେତେକ ଗୁରୁତ୍ୱ ପୂର୍ଣ ପ୍ରକଳ୍ପ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ରେଳ ବିଭାଗ ର ମନ୍ତ୍ରୀ ହେବା ପରେ ଓଡିଶା ପାଇଁ ଆଶାର ସଂଚାର ହେବା ସହ ଯାଜପୁର ମଧ୍ୟ ବିକାଶ ହେବ ବୋଲି ମିଳିତ ମଞ୍ଚ ଆଶା ବାନ୍ଧିଛି । ଯାଜପୁର ରୋଡ଼ ରେଳଷ୍ଟେସନ କୁ ଡିଭିଜନ ର ମାନ୍ୟତା ଦାବିରେ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ କୋରେଇ ବିଧାୟକ ଅଶୋକ ବଳ ଙ୍କ ସମେତ ବିଭିନ୍ନ ବର୍ଗ ର ବ୍ୟକ୍ତି ବିଶେଷ ଓ ପ୍ରତିନିଧି ଯୋଗଦେଇ ଦାବିକୁ ସମର୍ଥନ ଜଣାଇଥିଲେ।