ଅସ୍ଥାୟୀ ପଟା ପୋଲ ନିର୍ମାଣ ପାଇଁ ଦାବି

0

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତସ୍ଥିତ ବଲଭଦ୍ରପୁର ଗ୍ରାମକୁ ସଂଲଗ୍ନ କରୁଥିବା ଜୁଣଭଦ୍ରା ପୋଲର ମରାମତି ଚାଲୁ ରହିଥିବା ବେଳେ ଗତ କିଛି ଦିନ ତଳେ ଉପର ମୁଣ୍ଡ ରେ ପ୍ରବଳ ବର୍ଷା ଯୋଗୁଁ ନଈରେ ପାଣି ଭରି ରହିଥିବାର ଦେଖିବାକୁ ମିଳିଛି । ଯାହାଦ୍ୱାରା ବଲଭଦ୍ରପୁର ନିକଟ ଅଞ୍ଚଳ ଗୁଡିକ ବିଚ୍ଛିନ୍ନ ହୋଇଯାଇଛି । ଏହି ପୋଲ ଉପରେ ଆଉଁରୀ,ବଦି,ଅଣ୍ଢାଲୋ,ମାଟିଆକଣ,ଦାମୋଦର ପୁର,ଡିହକୂଳା ଆଦି ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ନିର୍ଭର କରୁଥାନ୍ତି । ବର୍ଷା ହେବ ଫଳରେ ପାଣି ଭରି ରହିଥିବାରୁ ଏବେ ଲୋକମାନଙ୍କୁ ଅଧିକ ରାସ୍ତା ବୁଲିକରି ଯିବାକୁ ପଡୁଛି , ତା ସହିତ ରୋଗୀଟିଏ ମଧ୍ୟ ମେଡିକାଲକୁ ଠିକ ସମୟରେ ପହଁଚି ପାରୁ ନାହିଁ । ଏହି ନଈ ଆଗରେ ଥିବା ହଳୁପଡା ଚେକ ଗେଟକୁ ବାରମ୍ବାର ବନ୍ଦ କରି ଦିଆଯିବା ଦ୍ୱାରା ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବାରେ ଲାଗିଛି।ଏଣୁ ଉକ୍ତ କଲଭର୍ଟ ପ୍ରତି ପ୍ରଶାସନିକ ସ୍ତରରେ ନଜର ଦିଆଗଲେ ଚାଷୀକୂଳ ଉପକୃତ ହୋଇପାରନ୍ତେ । ତେବେ ଗମନାଗମନର ସୁବିଧା ନିମନ୍ତେ ଆପାତତଏକ ଅସ୍ଥାୟୀ କାଠପୋଲ ଯଥାଶୀଘ୍ର ନିର୍ମାଣ କରିବାପାଇଁ ସର୍ବଶ୍ରୀ ଉଦୟ ପଳାଇ,ନାରାୟଣ ଚନ୍ଦ୍ର ନାୟକ, ରବିନ୍ଦ୍ର ନାଥ ଦାସ,ଗଣେଶ ମଳିକ, ସୁଧାକର ଦାସ,ବିଜୟ ନାୟକ,ଲାଲଲଗେନ ପୃଷ୍ଟି, ଗିରିଧାରୀ ମଳିକ,ଶୁଭେନ୍ଦୁ ଦାସ,ରଞ୍ଜିତ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page