ବାଲ୍ୟ ବିବାହ ଏବଂ ଶିଶୁ ଚାଲାଣ ରୋକିବା ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା (ସଙ୍କେତ ଖବର): ମହାମାରୀ କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ କିଭଳି ରୋକା ଯାଇପାରିବ ତାହା ନେଇ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଆଲୋଚନା ଚକ୍ର ବୈଠକ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ଓ ନାବାଳକ ଚାଲାଣ ରୋକିବା ଓ ପଥ ଭ୍ରଷ୍ଟ ନହେବା ପାଇଁ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି କହିଛନ୍ତି । ଏହା ସହ କାର୍ଯ୍ୟରତ ଥିବା ସମସ୍ତ ଆଗ ଧାଡିର ସାମ୍ବାଦିକ ମାନଙ୍କୁ କରୋନା ପ୍ରତିରୋଧକ କୀଟ ଯଥା ମାସ୍କ,ଗ୍ଳୋବ୍ସ, ସାନିଟାଇଜର ବଣ୍ଟନ କରିଥିଲେ ।

ଏହି ଆଲୋଚନା କାର୍ଯ୍ୟକ୍ରମ ସାହାରା ସମ୍ପାଦକ ସୁକାନ୍ତ କୁମାର ନାୟକ ଆୟୋଜିତ କରି ପରିଚାଳନା କରିଥିବା ବେଳେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ସନ୍ତୋଷ କୁମାର ଦାସ, ତୁମୁଡିବନ୍ଧ ପ୍ରେସ କ୍ଲବର ସଭାପତି ପଵିତ୍ର ଦିଗାଲ ସମେତ ବରିଷ୍ଠ ସାମ୍ବାଦିକ ବିପ୍ର ମାନସେଠ,ପ୍ରବୀଣ ପଟ୍ଟନାୟକ,ଦୀପକ ପରାସେଠ,ଅଜିତ କୁମାର ଦିଗାଲ,ସାମୁଏଲ ନାୟକ,ଧର୍ମପଦ ନାୟକ,ସିମାଞ୍ଚଳ ସାହୁ, ପ୍ରଳୟ ରାୟ ନାୟକ,ନଚିକେତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।