ୟୁଥ୍ ଅଫ କନ୍ଧମାଳ ପକ୍ଷରୁ ପିଲାମାନଙ୍କୁ ଶିକ୍ଷାଦାନ ସହ ମାସ୍କ ଓ ସାନିଟାଇଜର ବଣ୍ଟନ

0

କନ୍ଧମାଳ (ସଙ୍କେତ ଖବର): ସମଗ୍ର ଦେଶ ମହାମାରୀ କରୋନା ରେ କବଳିତ ଥିବାରୁ ସବୁ କିଛି ଠପ ହୋଇଯାଇଛି । ସେଥି ମଧ୍ୟରୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ସବୁକୁ ଆଖି ଆଗରେ ରଖି ୟୁଥ ଅଫ କନ୍ଧମାଳ ଆରମ୍ଭ କରିଛି ଏକ ନିଆରା ପ୍ରୟାସ । ପ୍ରଥମେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତରେ ଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ ଏହି ତିନୋଟି ଗାଁରେ ୟୁଥ ଅଫ କନ୍ଧମାଳର ଟିମ ପହଂଚି ଅଞ୍ଚଳ ବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସବୁ ଅସୁବିଧା ଭିତରୁ ପେଟର ଭୋକ କୌଣସି ଉପାୟରେ ଭରି ଯାଉଛି କିନ୍ତୁ ଶିକ୍ଷାର ଭୋକ କେହି ମେଣ୍ଟାଇ ପାରୁନାହାନ୍ତି ବୋଲି ଟିମ ଆଗରେ ବଖାଣି ଥିଲେ । ଯାହାକି କରୋନା ଯୋଗୁଁ ବେଶି କ୍ଷତିଗ୍ରସ୍ତ ହୋଇ ଯାଇଛି ।

ଦୁଃଖର ବିଷୟ ଯେ ପିଲାଙ୍କୁ ଖୋଜିଲା ବେଳକୁ କାହାର ମଧ୍ୟ ପିଲା ଘରେ ନଥିଲେ, ପ୍ରାୟ ପିଲା ମାନେ ଜଙ୍ଗଲକୁ ଆମ୍ବ ଓ ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଇଥିଲେ। ସେ ଅସୁବିଧାକୁ ଦେଖି ୟୁଥ୍ ଅଫ କନ୍ଧମାଳର କିଛି ଯୁବ ବନ୍ଧୁ ଉକ୍ତ ଗାଁ ରେ କରୋନା ସଚେତନତା,ମାସ୍କ ବଣ୍ଟନ ସହ କରୋନା ମହାମାରୀ ଯୋଗୁ ଶିକ୍ଷା ବାତାବରଣରୁ ଦୂରକୁ ଚାଲି ଯାଇଥିବା ଗାଁର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏକତ୍ରିତ କରି ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଇଥିଲେ । ଏବଂ ଏହି କାର୍ଯ୍ୟ ଆଗାମୀ ଦିନରେ ସପ୍ତାହନ୍ତ ୨ ଦିନ ପ୍ରତ୍ୟେକ ଗାଁ ରେ ପାଠ ପଢ଼ାଇବା ପାଇଁ ଯୋଜନା ରହିଛି ବୋଲି ୟୁଥ୍ ଅଫ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନ ପ୍ରକାଶ କରିଛନ୍ତି । ଏହି ଟିମର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ସିଦ୍ଧାର୍ଥ ନାୟକଙ୍କ ଅବଦାନ ତଥା ବିବେକ ଭାଇ, ସୋମ୍ୟାଜିତ୍ ତ୍ରିପାଠୀ,ଶିବ ସୁନ୍ଦର ସାହୁ, ଲଳିତ ପ୍ରଧାନ ପ୍ରମୁଖଙ୍କ ବଳିଷ୍ଠ ଯୋଗଦାନ ରେ ସଫଳ ହୋଇପାରିଛି।

Leave a Reply

Your email address will not be published. Required fields are marked *

You cannot copy content of this page