ବରୀ ପୋଲିସ ର ସଫଳତା,କୃଷ୍ଣନଗର ଡକାୟତି ଘଟଣା ରେ 6 ଗିରଫ

0

ବରୀ(ସଂକେତ ଖବର)ଯାଜପୁର ବରୀ ଥାନା କୃଷ୍ଣନଗର ଗ୍ରାମରେ ଗତ 28 ତାରିଖ ରାତିରେ ଜଣକ ଘରୁ ଡକାୟତି ଘଟଣାରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରୀ ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । ସୂଚନା ଅନୁଯାୟୀ କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ 28 ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚଙ୍କ ଘର ଗ୍ରିଲ ତାଡି ଘରେ ପଶିବା ସହ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇଥିଲେ ।

ଏନେଇ ବରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରେ ଏହି ଘଟଣାରେ ସଂପୃକ୍ତ 6 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି ।ସେମାନଙ୍କ ମଧ୍ୟରୁ 2 ଜଣ କ୍ରେତା ଅଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ଘର କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

Leave a Reply

Your email address will not be published. Required fields are marked *

You cannot copy content of this page