କୋରେଇ: ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ, ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ଦମ୍ପତ୍ତି ଆହତ।

0

କୋରେଇ(ସଂକେତ ଖବର)କୋରେଇ ଥାନା ଅନ୍ଧାରୀ ପଞ୍ଚାୟତର ଏକାଧିକ ସ୍ଥାନରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି | ଦୁବୃର୍ତ୍ତଙ୍କ ଭୁଜାଲି ମାଡ଼ରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି | ରାତି ପ୍ରାୟ ସାଢେ ୧ ଟା ବେଳେ କୋରାବନ୍ଦି (ସାହାଡ଼ାକୋଳି) ଗ୍ରାମର ଦାଶରଥି ଜେନା ଙ୍କ ଘରେ ଚାରି ଜଣ ଦୁର୍ବୃତ୍ତ ପଶି ସୁନା ଚେନ ଓ ଦୁଇ ହଳ କାନ ଫୁଲ ଓ ଅନ୍ୟାନ୍ୟ ସୁନା ଗହଣା ସମେତ କଂସା ବାସନ ଲୁଟି ନେବା ସହ ଭୁଜାଲି ରେ ପତ୍ନୀ ଯମୁନା ଓ ତାଙ୍କ ଦେହ ର ବିଭିନ୍ନ ସ୍ଥାନକୁ ହାଣିଥିବା ଦାଶରଥି ଅଭିଯୋଗ କରିଛନ୍ତି | ଉଭୟ ଗୁରୁତର ଅବସ୍ଥାରେ ଏବେ ଯାଜପୁର ରୋଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି |

ଦୁର୍ବୁର୍ତ୍ତ ଙ୍କ ଆକ୍ରମଣ ରେ ଆହତ ପରିବାର ସଦସ୍ୟ।

ସେହିପରି କୋରାବନ୍ଦୀ ଗ୍ରାମର ବିଚିତ୍ରାନନ୍ଦ ପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ ହେଁ ଶବ୍ଦ ଶୁଣି ଘର ଲୋକେ ଉଠି ପଡିବାରୁ ଦୁବୃର୍ତ୍ତ ମାନେ ସେ ସ୍ଥାନ ଛାଡି ଚାଲିଯାଇଥିଲେ |ତା ପରେ ଗ୍ରାମର ଚନ୍ଦ୍ରମଣି ପରିଡାଙ୍କ କ୍ୟାବିନ ଭାଙ୍ଗି ସାମଗ୍ରୀ ଲୁଟି ନେଇଥିଲେ | ପରେ ରାତି ପ୍ରାୟ ସାଢେ ତିନିଟା ବେଳେ  ଗ୍ରାମର ବିନୋଦ ସେଠି ଙ୍କ ଘରେ ପଶି ଏକ ବାକ୍ସ ନେଇଯିବା ସହ ପରିବାର କୁ ଧମକ ଦେଇଥିବା ଅଭିଯୋଗ ହୋଇଛି |

ଘଟଣା ସ୍ଥଳରେ ଯାଜପୁର ରୋଡ଼ ଏସ ଡି ପି ଓ ଚିନ୍ମୟ ନାୟକ

ଗୋଟିଏ ରାତିରେ ଗୋଟିଏ ଗ୍ରାମରେ ଦୁବୃର୍ତ୍ତଙ୍କ ଏକାଧିକ ଘରେ ଲୁଟତରାଜ ଗ୍ରାମବାସୀଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି କରିଛି | ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ଓ କୋରେଇ ଥାନା ସବ ଇନ୍ସପେକ୍ଟର ବିଶ୍ଵଜିତ ବିଶ୍ଵାଳ ସାଇଣ୍ଟିଫିକ ଟିମ ନେଇ ଘଟଣା ର ତନାଘନା କରିଛନ୍ତି | ଦୁର୍ବୃତ୍ତ ଙ୍କୁ ତୁରନ୍ତ ଧରିବା ପାଇଁ ପୋଲିସ ନିକଟରେ ଲୋକେ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *

You cannot copy content of this page