କେରଳ ବନ୍ୟା ବିପନ୍ନଙ୍କୁ ଦରମା ଦାନ କଲେ ସାଂସଦ ରିତା ତରାଇ ।

0

ଯାଜପୁର:କେରଳ ବନ୍ୟା ବିପନ୍ନଙ୍କ ପାଇଁ ଯାଜପୁର ସାଂସଦ ରୀତା ତରାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସାଂସଦ ଶ୍ରୀମତୀ ତରାଇ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଦରମାରୁ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ନିକଟରେ କେରଳରେ ଆସିଥିବା ପ୍ରଳୟଙ୍କରି ବନ୍ୟା ଯୋଗୁଁ ନାହିଁ ନଥିବା କ୍ଷୟକ୍ଷତି ହୋଇଥିଲା । ଏହି ବିପଦ ସମୟରେ ଦେଶର ବିଭିନ୍ନ ଅଂଚଳରୁ ସହାୟତା କରାଯାଇଥିଲା କେରଳବାସୀଙ୍କୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେରଳ ବନ୍ୟା ବିପନ୍ନଙ୍କୁ ସହାୟତା କରିବା ପାଇଁ ଏକ ଅଗ୍ନିଶମ ବାହିନିକୁ ସେଠାକୁ ପଠାଇଥିଲେ । ରହିବା ପାଇଁ ମଧ୍ୟ ପଲିଥିନ ଯୋଗାଇ ଦେଇଥିଲେ । ଏଥିସହିତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଏଥିରେ ପ୍ରଭାବିତ ହୋଇ ସାଂସଦ ରିତା ତରାଇ ମୁଖ୍ୟମନ୍ତ୍ରୀଙ୍କୁ କେରଳ ବାସୀଙ୍କ ପାଇଁ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ସାସଂଦଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଯାଜପୁର ଜିଲାର ଦଳୀୟ ବ୍ୟାପାର ସଂପର୍କରେ ମଧ୍ୟ କିଛି ସମୟ ଆଲୋଚନା କରିଥିଲେ । ସାଂସଦଙ୍କ ସହିତ ତାଙ୍କ ସ୍ୱାମୀ ଅଡଭୋକେଟ ସନ୍ତୋଷ କୁମାର ତରାଇ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page