ଗାଧୋଉଥିବା ବେଳେ ବୁଡିଯାଇ ୨ଜଣ ଙ୍କ ମୃତ୍ୟୁ

0

ଯାଜପୁର ସଦର ଥାନା ଅନ୍ତର୍ଗତ ବୈତରଣୀ ନଦୀର ରୁଡ଼ିଆ ଆନିକଟ ନିକଟରେ ଗାଧୋଉଥିବା ବେଳେ ବୁଡିଯାଇ ୨ଜଣ ଙ୍କ ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ ଯାଜପୁର ମୁନସିପାଲଟି ଅଞ୍ଚଳର ମହମ୍ମଦ ଅନୱର ହୋଦା (୨୦)ଓ ସେକ ମୋଯସମ (୨୬)  ବୋଲି ଜଣାପଡିଛି । ଆଜି  5ଜଣ ଯୁବକ ସାଙ୍ଗ ହୋଇ ଗାଧୋଇବା ପାଇଁ ବୈତରଣୀ ନଦୀର ରୁଡ଼ିଆସ୍ଥିତ ଆନିକଟକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ 2 ଜଣ ଯୁବକ ବୁଡିଯାଇଥିଲେ । ଅନ୍ୟ 3 ସାଙ୍ଗ ଆସି  ଦମକଳ ବିଭାଗ କର୍ମଚାରୀ ଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ କର୍ମଚାରୀ ସେଠାରେ ପହଂଚି  ଖୋଜାଖୋଜି କରିବା ପରେ 2ଜଣଙ୍କ  ମୃତଦେହକୁ ସେଠାରୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page