ବୌଦ୍ଧ:ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ

0

ବୌଦ୍ଧ(ସଙ୍କେତ ଖବର)

ଭାଇ କୁ ବଞ୍ଚାଇବାକୁ ଯାଇ ଗଲା ଭାଇର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଛି ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗ୍ରାମରେ । ସୂଚନା ମୁତାବକ ଅରଖପଦର ଗ୍ରାମର ଦୁଇ ଭାଇ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ ଗାଧୋଇବା ପାଇଁ ନିକଟ ରେ ଥିବା ମହାନଦୀ କୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ ବଡ଼ ଭାଇ ଆଶିଷ ମହାନଦୀ ର ପ୍ରଖର ସ୍ରୋତ ରେ ବୁଡ଼ି ଯାଇଥିଲେ । ଜୀବନ ରକ୍ଷl ବିକଳ ଚିତ୍କାର କରିଥିଲେ । ଏହାଦେଖି ସାନ ଭାଇ ତୋଫାନ ଭାଇ ର ଜୀବନ ବଞ୍ଚାଇବା ପାଇଁ ଯାଇଥିଲେ । ହେଲେ ବଡ଼ ଭାଇ ଙ୍କୁ ବଞ୍ଚାଇ ବା ପରିବର୍ତ୍ତେ ସାନ ଭାଇ ଵି ଗଭୀର ସ୍ରୋତ ପଡ଼ି ପାଣିରେ ବୁଡି ଯାଇଥିଲେ । ଆଖପାଖ ରେ ଥିବା ଲୋକେ ସେମାନଙ୍କ ଚିତ୍କାର ଶୁଣି ପାଖକୁ ଆସି ଦମକଳ ବାହିନୀ କୁ ଖବର ଦେଇ ଥିଲେ । ସେତେବେଳକୁ ଦୁଇ ଭାଇ ଙ୍କ ଜୀବନ ଦୀପ ଲିଭି ସାରିଥାଏ । ଖବର ପାଇ ପରିବାର ଲୋକେ ପଂହଚିବା ପରେ ହରଭଙ୍ଗା ପୋଲିସ ଶାବକୁ ଜବତ କରି ବ୍ୟବଛେଦ ପାଈଁ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *

You cannot copy content of this page