ବାଲେଶ୍ଵର ବାହାନାଗାରେ ଅଘଟଣ, ଆମ୍ବ ତୋଳିବାକୁ ଯାଇ ପାଣିରେ ବୁଡିଗଲେ ଦୁଇ ଭଉଣି ।

ବାଲେଶ୍ବର(ସଙ୍କେତ ଖବର)
ବାହାନଗା ବ୍ଲକ୍ ସାହାସପୁରା ଗ୍ରାମରେ ଆମ୍ବ ତୋଳିବାକୁ ଯାଇ ପାଣିରେ ବୁଡି ଦୁଇ ଭଉଣି ମୃତ । ସୁଚନା ଅନୁସାରେ ସାହାସପୁର ଗ୍ରାମରେ ଆଜି ପୂର୍ବାହ୍ନରେ ମୋକିମ ସାହାଙ୍କର ୧୧ ବର୍ଷର ନାବାଳିକା କନ୍ୟା ଓ ତାଙ୍କ ଭାଇ ତସଲିମ୍ ସାହାଙ୍କ ୬ ବର୍ଷର ଝିଅ ନୟନା ଖାତୁନ ଦୁଇ ଜଣ ଆମ୍ବ ବିଛାଇବାକୁ ଘର ପାଖ ଵାଡିକୁ ଯାଇଥିବା ବେଳେ କୌଣସି କାରଣ ବସତଃ ନୟନା ଆମ୍ବ ଗଛ ନିକଟରେ ଥିବା ପୋଖରିରେ ପଡିଯାଇଥିଲେ ତାଙ୍କୁ ବଞ୍ଚାଇବାକୁ ଯାଇ ବଡ ଭଉଣି ପାଣିରେ ପଡି ଯାଇଥିଲେ । ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ତା’ର ଅଜା ପୋଖରିରେ ଦୁଇ ଭଉଣି ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋପାଳପୁର ଡାକ୍ତର ଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।