ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ

0

ବାଲିଗୁଡା(ସଙ୍କେତ ଖବର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ଦଣ୍ଡପଦର ଗ୍ରାମରେ ଥିବା ଗୋଇବନ୍ଧା ଘାଇରେ ଗାଧୋଇବା ବେଳେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ କେତେକ ଯୁବକ ସାଙ୍ଗହୋଇ ଭୋଜି କରିବାକୁ ଯାଇଥିଲେ । ଭୋଜି କରିବା ସମୟରେ ହିଁ ଉକ୍ତ ଘାଇକୁ ଗାଧୋଇବାକୁ ଯାଇଥିଲେ ।    ମୃତକ ଜଣକ ହେଲେ ପାତ୍ର ସାହି ର ରବି ଚନ୍ଦ୍ର ପାତ୍ରଙ୍କ ପୁଅ ରୂପେଶ ଚନ୍ଦ୍ର ପାତ୍ର (୨୩) ବୋଲି ଜଣା ପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

You cannot copy content of this page