ବରୀ ବ୍ରାହ୍ମଣୀ ନଦୀରେ ବୁଡି ଗଲେ ଦୁଇ ଯୁବକ

0

ବରୀ(ସଙ୍କେତ ଖବର)ଯାଜପୁର ଜିଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହନି ଖୋଜାଖୋଜି କରିବା ପରେ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତ ଦେହ । ମୃତକ ଦୁଇ ଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ । ଆଜି ଉଭୟ ଯୁବକ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ ଗୋଡ ଖସିଯିବାରୁ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ପ୍ରଥମେ ଖୋଜିଖୋଜି କରିବା ସହିତ ସ୍ଥାନୀୟ ଅଗ୍ନିଶମ ବାହନିକୁ ଖବର ଦେଇଥିଲେ । ଅଗ୍ନିଶମ ବାହନି ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତ ଦେହକୁ ଉଦ୍ଦାର କରିଥିଲେ । ଅଗ୍ନିଶମ ବାହନି ଶବକୁ ଉଦ୍ଧାର କରି ବ୍ୟବଚ୍ଚେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତର ଖାନାକୁ ପଠାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଚି ।

Leave a Reply

Your email address will not be published. Required fields are marked *

You cannot copy content of this page