ବିଂଝାରପୁର:ଭାସିଯାଉଥିବା ବୃଦ୍ଧା ଙ୍କୁ ଉଦ୍ଧାର କଲେ ଯୁବକ।
![](https://www.sanketkhabar.com/wp-content/uploads/2020/06/IMG_20200611_150825-716x1024.jpg)
ବିଂଝାରପୁର(ସଂକେତ ଖବର):ପ୍ରବଳ ନଦୀ ସ୍ରୋତରେ ଜଣେ ବୃଦ୍ଧା ଭାସିଯାଉଥିବା ବେଳେ ଉଦ୍ଧାର କଲେ ଯୁବକ । ଆଉ ଏହି ସମୟରେ ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ । ଯାଜପୁର ଜିଲା ବିଂଝାରପୁର କଲ୍ୟାଣେଶ୍ୱର ଅଂଚଳର ଘଟଣା । ପାଖ ଖରସ୍ରୋତା ନଦୀରେ ମାଂସଡା ଦଧିବାବନପୁର ଅଂଚଳର ୭୨ ବର୍ଷୀୟ ବୃଦ୍ଧା ମଲ୍ଲୀ ବେହେରା ଗାଧୋଇଥିବା ବେଳେ ପ୍ରଖର ନଦୀ ଜଳରେ ଭାସିଯାଇଥିଲେ । ନଦୀରେ କିଛି ବାଟ ଭାସିଯାଉଥିବା ଦେଖି ରଣପୁର ଅଂଚଳର ସାହସୀ ଯୁବକ ମହେଶ୍ୱର ମଲ୍ଲିକ ତୁରନ୍ତ ନଦୀ ଭିତରକୁ ଯାଇ ଉଦ୍ଧାର କରିଥିଲେ । ଆଉ କେତେକ ବ୍ୟକ୍ତି ଦଉଡା ସାହାଯ୍ୟରେ ଉଭୟଙ୍କୁ ନଦୀ କୂଳକୁ ଟାଣି ଆଣିଥିଲେ । ଏ ହେଉଛି ସେହି ଉଦ୍ଧାର ସମୟର ଦୃଶ୍ୟ । ବୃଦ୍ଧାଙ୍କୁ ଉଦ୍ଧାର କରିବା ପରେ ତାଙ୍କ ହୋସ ପେଂରିଥିଲା । ଏବେ ସେ ସୁସ୍ଥ ଥିବା ଜଣାପଡିଛି । ତେବେ ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ସାହସୀ ଯୁବକ ମହେଶ୍ୱର ମଲ୍ଳିକଙ୍କ କାର୍ଯ୍ୟକୁ ନେଇ ସବୁଆଡେ ପ୍ରଶଂସାର ସୁଅ ଛୁଟୁଛି ।