ଉଦୀୟମାନ ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

0

ଯାଜପୁର (ସଙ୍କେତ ଖବର) : ସମଗ୍ର ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରୁଛି । ଏନେଇ ରାଜ୍ୟରେ ଲକଡାଉନ ସଟଡାଉନ ମଧ୍ୟ ଜାରି ରହିଥିବା ବେଳେ ଦିନ ମଜୁରୀୟା ବା ବେସାହାରା ଲୋକଙ୍କୁ ଖାଇବାକୁ ଦୁଇଓଳା ମୁଠେ ଠିକ ସେ ମିଳୁ ନାହିଁ । ଏଭଳି ସମୟରେ ଉଦୀୟମାନ ପରିବାର ସଦସ୍ୟ ମାନେ ଦୁର୍ଦ୍ଦଶା ଭୋଗୁଥିବା ଲୋକମାନଙ୍କ ପାଖକୁ ପହଞ୍ଚିଛନ୍ତି। ଆଜି ସାମାଜିକ କର୍ମୀ ଜୋସ୍ନାରାଣୀ ବେହେରା ଓ ନରେନ୍ଦ୍ର କୁମାର ସାମଲଙ୍କ ନେତୃତ୍ୱରେ ବଡଚଣା ଏବଂ ଧର୍ମଶାଳାର ବିଭିନ୍ନ ସ୍ଥାନ ମାନଙ୍କରେ ବାତ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ । ତା ସହିତ କରୋନା ସଚେତନତା ଲିଫଲେଟ୍ ଜରିଆରେ ପ୍ରତ୍ୟେକ ଦୋକାନ ବଜାର କାନ୍ଥ ମାନଙ୍କରେ ମାରିବା ଓ ବଣ୍ଟନ କାର୍ଯ୍ୟ କରିଥିଲେ । ସେହିପରି ଅନୁଷ୍ଠାନ ପକ୍ଷରୁ ବଡଚଣା ଆଦିବାସୀ ସାହି ଶାସନ ପୁରୋଷତ୍ତମୁପର ଠାରେ ଥିବ ସୁଙ୍ଗୁଡା, ତେଲିଉଡ ଆଦିବାସୀ ସାହି ଓ ଧାନମଣ୍ଡଲର ବିଭିନ୍ନ ଆଦିବାସୀ ଓ ହରିଜନ ସାହିରେ ଖାଦ୍ୟ ବଣ୍ଟନ କରିଥିଲେ । ଏଥିସହ ଦୈନିକ ମହାବିନାୟକ ଚଣ୍ଡି ମନ୍ଦିର ରେ ଥିବା ମାଙ୍କଡ ପଶୁପକ୍ଷୀ ମାନଙ୍କୁ ବିସ୍କୁଟ,ଭିଜା ସୋଲ.ଫଳ ଆଦି ବଣ୍ଟନ କରାଯାଉଛି । ଏଥିରେ ସ୍ୱେଚ୍ଛାସେବୀ ରଂଜନ କୁମାର ଜେନା, ଗଣେଶ୍ଵର ଶାହ,ତପନ କୁମାର ବରାଳଙ୍କ,ପ୍ରଶାନ୍ତ କୁମାର ନାୟ. ଦୟାନିଧି ବିଶ୍ଵାଳ,ଅମିୟ କୁମାର ସତପଥୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page