ଏସିଆନ ଗେମ୍ସରେ ଭାରତ ପାଇଁ ଦୁଇ ଦୁଇଟି ରୌପ୍ୟ ପଦକ ଆଣିଥିବା ଦୂତୀ ଚାନ୍ଦ ନିଜ ଜନ୍ମମାଟି ଯାଜପୁର ଜିଲାର ଚକଗୋପାଳ ପୁରରେ ପହଂଚିଛନ୍ତି । ସେ ଛତିଆ ଠାରେ ପହଂଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ,ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥି ସ୍ୱାଗତ କରିଥିଲେ । ଏହାପରେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଧର୍ମଶାଳା ଭବନରେ କଳ୍ପତରୁ ଦାସ ନ୍ୟାସନାଲ ପାଂଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ଯାଜପୁର ସାଂସଦ ରିତା ତରାଇ,ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଦୂତୀଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ଉତୋରତର କାମନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page