ଦୌଡରାଣି ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା

0

ଯାଜପୁର ଜିଲା ପାଣିକୋଇଲି ରିଜର୍ଭ ପୋଲିସ ପଡିଆ ରେ ଦୌଡରାଣି ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଯାଜପୁର ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୂତୀଙ୍କ ଭଳି ଆଥଲେଟକୁ ପାଇ ସମଗ୍ର ଜିଲା ଆଜି ଗର୍ବିତ ଏବଂ ଦୂତୀ ଏସିଆଡ କ୍ରିଡା ପ୍ରତିଯୋଗୀତା ରେ ଦୁଇ ଦୁଇଟି ପଦକ ଆଣି ଆମ ରାଜ୍ୟକୁ ବିଶ୍ୱ ଦରବାରରେ ପହଂଚାଇପାରିଛନ୍ତି । ଦୂତୀଙ୍କ ପଦାଙ୍କ ଅନୁସରଣ କଲେ ଜିଲାରେ ଅନେକ କ୍ରିଡାବିତ ବାହାରିପାରିବେ ବୋଲି ଏସପି କହିଥିଲେ । ଦୂତୀ ସମ୍ବର୍ଦ୍ଧନାର ଉତରରେ ଅନ୍ୟ ସ୍ଥାନର ସମ୍ବର୍ଦ୍ଧନା ଅପେକ୍ଷା ନିଜ ଜିଲାରେ ସମ୍ବର୍ଦ୍ଧିତ ହେବା ଗୌରବର ବିଷୟ । କଠିନ ପରିଶ୍ରମ ଓ ଗଭିର ଆତ୍ମବିଶ୍ୱାସ ରହିଲେ ଯେ କୌଣସି ବ୍ୟକ୍ତି ସପଂଳତା ପାଇପାରିବ ବୋଲି ଦୂତୀ କହିଥିଲେ । କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବରେ ଜିଲାର ବରିଷ୍ଠ ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଦୂତୀଙ୍କ ସଂପର୍କିତ ଏକ କବିତା ପାଠ କରିଥିଲେ । ସ୍ଥାନୀୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତ ଗାନ କରାଯାଇଥିଲା । ଶେଷରେ ବରିଷ୍ଠ ଅଧିକାରୀ ମାନେ ଦୂତୀଙ୍କ ପଂଟୋ ଉଠାଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page