କୋରେଇ:ଏକତା ପରିଷଦ ପକ୍ଷରୁ ଶ୍ରମ ଭିତିକ କାର୍ଯ୍ୟକ୍ରମ।

କୋରେଇ(ସଂକେତ ଖବର)
ଯାଜପୁର ଜିଲ୍ଲା କୋରେଇ ବ୍ଳକ ଛୋଟରାୟ ପୁର ଠାରେ ଏକତା ପରିଷଦ ତରଫରୁ ୩ ଦିନ ଧରି ଗ୍ରାମର ସ୍ୱେଚ୍ଛାସେବୀ ମହିଳା ଓ ଗ୍ରାମବାସୀଙ୍କ ସହିତ ଶିବସେନା ଯୁବ ପରିଷଦର ସଭ୍ୟ ମାନଙ୍କୁନେଇ ଏକ ଶ୍ରମଦାନ ଭିତ୍ତିକ କାର୍ଯ୍ୟ କ୍ରମ।ଗ୍ରାମର ନେଳିଆ ପୋଖରୀ କୁ ସୋନ୍ଦର୍ଯ୍ୟ କରଣ ନିମନ୍ତେ ସଫେଇ କାର୍ଯ୍ୟ କ୍ରମ କରାଯାଇଥିଲା।ଏହି କରୋନା ଲକଡାଉନ୍ ସମୟରେ ଗ୍ରାମର ସାଧାରଣତଃ ଶ୍ରମଜୀବୀ ଯୋଦ୍ଧା ମାନେ ଅତି ଆନନ୍ଦରେ ଗାଁର ଉନ୍ନତି ପାଇଁ ସମସ୍ତେ ଅଣ୍ଟା ଭିଡି ଗାଁର ଏକତା ମାଧ୍ୟମରେ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ କ୍ରମ ହାତକୁ ନେଇ ଅତି ଆନନ୍ଦରେ କରି ଆତ୍ମ ସନ୍ତୋଷ ଲାଭ କରିବା ଦେଖାଯାଇଥିଲା।ତାହାସହିତ ଏକତା ପରିଷଦ ତରଫରୁ ପ୍ରତ୍ୟେକ କାର୍ଯ୍ୟକ୍ରମ ବେଳେ ସାମାଜିକ ଦ୍ବାରତା,ମୁହଁରେ ମାସ୍କ ଓ ସାବୁନ ରେ ବାରମ୍ବାର ହାତଧୋଇ କାମ କରିବା ଉପରେ ବିଭିନ୍ନ ପ୍ଲାକାର୍ଡ ସହ ସଚେତନତା ପ୍ରଦର୍ଶନ କରାଯାଇଥିଲା।ଏବଂ ଏହାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ଏକତା ପରିଷଦ ତରଫରୁ ଅନୁରୋଧ କରାଯିବା ସହ ଯେଉଁ ଶ୍ରମଜୀବୀ ଯୋଦ୍ଧା ମାନଙ୍କ ସହାୟତାରେ ଗ୍ରାମ ସ୍ୱରାଜର ଗ୍ରାମ ଶ୍ରମଦାନ କାର୍ଯ୍ୟକ୍ରମ ହୋଇଥିଲା। ସେମାନଙ୍କୁ ଏକତା ପରିଷଦ ତରଫରୁ ବିଭିନ୍ନ ରାସନ ସାମଗ୍ରୀ ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିପିନ୍ ବିହାରୀ ଖୁଣ୍ଟିଆ, ପରିକ୍ଷିତ ମଲ୍ଲିକ, ଗୋପାଳ କୃଷ୍ଣ ପାଢ଼ୀ, ଆଲୋକ ଦାସ, ଭୀମସେନ ଦାସ, ଓ ଅକ୍ଷୟ ଜେନା ପ୍ରମୁଖ ସଂଚାଳନ କରିଥିଲେ।