ବିଂଝାରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚିତ
ବିଞ୍ଝାରପୁର (ସଂକେତ ଖବର ) ବିଂଝାରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମତର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣପୁର ସ୍ଥିତ ବରୁଣେଶ୍ଵର ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟରେ ସଭାପତିତ୍ଵ କରିଥିଲେ ଜିଲ୍ଲା ସଭାପତି ବିଜୟ କୁମାର ନାୟକ, ମୁଖ୍ୟ ଅତିଥି ରାଜ୍ୟ ସଂଘର ଉପସଭାପତି ପ୍ରଶାନ୍ତ କୁମାର ସର ଯୋଗଦାନ କରିଥିଲେ। ନିର୍ବାଚନ ଅଧିକାରୀ ଭାବେ ଦଶରଥପୁର ବ୍ଲକ ସଂପାଦକ ପ୍ରମୋଦ ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ସୁରେଶ ପତି, ଭାରପ୍ରାପ୍ତ ଜିଲ୍ଲା ସଂପାଦକ ଜୁଗଳ କିଶୋର ନାୟକ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ। ବିଂଝାରପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ପୂର୍ବତନ ସଭାପତି ରବିନାରାୟଣ ମହାନ୍ତି, ସଂପାଦକ ପଦ ପାଇଁ ପୂର୍ବତନ ସଂପାଦକ ଅକ୍ଷୟ କୁମାର ସାମଲ, ସହ ସଂପାଦକ ପାଇଁ ଅରୁଣ କୁମାର ନାୟକ, ପ୍ରମୋଦ କୁମାର ତ୍ରିପାଠୀ, ରତନଲାଲ ଭୂୟାଁ, କୋଷାଧ୍ୟକ୍ଷ ପାଇଁ ବିଶ୍ଵନାଥ ସାମଲ, ବ୍ଲକ ସଂଯୋଜକ ପାଇଁ ସଂଗ୍ରାମକେଶରୀ ସାମଲ, ଉପଦେଷ୍ଟା ପାଇଁ ପ୍ରଫୁଲ୍ଲ କୁମାର ଯେନା ନିଜର ମନୋନୟନ ପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା। ପ୍ରତ୍ୟୋକ ପଦପାଇଁ ଜଣେଲେଖା ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ଯାଞ୍ଚରୁ ଜଣାପଡିଥିଲା। ତେବେ ନିର୍ବାଚନର ଆବଶ୍ୟକତା ନଥିବା ଦର୍ଶାଇ ନିର୍ବାଚନ ଅଧିକାରୀ ସମସ୍ତ ପ୍ରାର୍ଥୀଙ୍କୁ ନିର୍ଦୋନ୍ଦରେ ନିର୍ବାଚିତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ସଭାପତି ଶ୍ରୀ ମହାନ୍ତି ଓ ସଂପାଦକ ଶ୍ରୀ ସାମଲ ଦ୍ଵିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି। ସଭାର ପ୍ରାରମ୍ଭରେ ଜିଲ୍ଲା ଓ ରାଜ୍ୟରୁ ଆସିଥିବା ନେତୃମଣ୍ଡଳୀଙ୍କୁ ବ୍ଲକ ସଂଘ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।