ସୁକିନ୍ଦା; ବିଦ୍ୟୁତ ସବ ଷ୍ଟେସନ ଉଦଘାଟିତ
ସୁକିନ୍ଦା(ସଂକେତ ଖବର) ସୁକିନ୍ଦା ବ୍ଲକ ର ରାଁସୋଳ, କଙ୍କଡାପାଳ, ପିମ୍ପୁଡିଆ, କୁହିକା ଓ ଦୁଦୁଝରୀ ପଞ୍ଚାୟତବାସୀଙ୍କ ବହୁ ଦିନର ଦାବି ଶେଷରେ ପୂରଣ ହୋଇଛି । ଦୁଦୁଝରୀ ଗ୍ରାମପଞ୍ଚାୟତର ଦାମୋଦରପୁର ଠାରେ ୩୩ କେଭି ପାୱାର ସବ୍ଷ୍ଟେସନକୁ ଲୋକାର୍ପଣ କରିଛନ୍ତି ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ।ଏହି ସବ ଷ୍ଟେସନ ହେବା ଫଳରେ ସ୍ଥାନୀୟ ଅଂଚଳ ବାସୀ ଙ୍କ ଲୋ ଭୋଲଟେଜ ସମସ୍ୟା ଦୂର ହେବା ସହ ସ୍ଥାନୀୟ ଅଞ୍ଚଳର ୭୫୦୦ ବିଦ୍ୟୁତ୍ ଉପଭୋକ୍ତା ଏହା ଦ୍ୱାରା ଉପକୃତ ହେବେ ବୋଲି ବିଧାୟକ କହିଥିଲେ।