ହାତୀ ଆକ୍ରମଣରେ ଚାଷୀ ଗୁରୁତର : ଆକ୍ରମଣରେ ଗଲାଣି ଦୁଇ ଜୀବନ ।

0

ବଲାଙ୍ଗିର(ସଙ୍କେତ ଖବର): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ହାତୀ ମାନଙ୍କ ଉତ୍ପାତ ଜାରୀ ରହିଛି । ଗତ କିଛି ଦିନ ତଳେ ହାତୀ ମାନଙ୍କ ଆକ୍ରମଣରେ ଦୁଇଜଣଙ୍କର ଜୀବନ ଯାଇଥିଲା । ଆଜି ହାତୀ ମାନେ ପୁଣିଥରେ ଆଗଲପୁର ବ୍ଲକର ନୁନିଆପାଲିରେ ଜଣେ ଚାଷୀଙ୍କୁ କଚାଡି ଦେବା ଫଳରେ ଚାଷୀ ହେମନ୍ତ ସାହୁ ଗୁରୁତର ହୋଇଛନ୍ତି ।

ଆଜି ସକାଳୁ ଚାଷୀ ହେମନ୍ତ ଚାଷ କାମ ପାଇଁ ଜମିକୁ ଯାଇଥିଲେ । ହଠାତ ଏକ ବଣୁଆ ହାତୀ ଆସି ହେମନ୍ତଙ୍କୁ କଚାଡି ଦେଇଥିଲା । ଭାଗ୍ୟ ବଶତଃ ହେମନ୍ତ ବଂଚିଯାଇଥିଲେ । ତାଙ୍କର ଗୋଡ ହାତ ଭାଙ୍ଗିଯାଇଛି । ଆମ୍ୱୁଲାନସ ଯୋଗେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଛି । ବାରମ୍ୱାର ହାତୀ ଆକ୍ରମଣ ହେଉଥିବାରୁ ଆଗଲପୁର ବ୍ଲକରେ ଆତଙ୍କ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page