ନରସିଂହ ଚୈଧୁରୀ ମହାବିଦ୍ୟାଳୟ ର ସ୍ୱୟଂଶାସିତ ମାନ୍ୟତା ପ୍ରତ୍ୟାହାର

0

ଯାଜପୁର ଜିଲା ର ସର୍ବପୁରାତନ ନରସିଂହ ଚୈଧୁରୀ ମହାବିଦ୍ୟାଳୟ ର ସ୍ୱୟଂଶାସିତ   ମାନ୍ୟତା ପ୍ରତ୍ୟାହାର ହୋଇଛି । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗରେ ଏହି ମହାବିଦ୍ୟାଳକୁ ଆସୁଥିବା ଅନୁଦାନ ବ୍ୟୟ କରାଯାଇଥିଲେ ମଧ୍ୟ ତାହାର ଖର୍ଚ୍ଚ ବାବଦ ୟୁଟିଲାଇଜେସନ ସାର୍ଠିଫିକେଟ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି କଲେଜ ପରିଚାଳନାଗତ ତୃଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଆଜି ଛାତ୍ର ଛାତ୍ରୀ ମାନେ ଏହି ସ୍ୱଂୟଶାସିତ ମାନ୍ୟତା ହରାଇବା ପାଇଁ କେଉଁ ମାନେ ଦାୟୀ ବୋଲି ପ୍ରଶ୍ନ କରିଥିଲେ । ଏଥିପାଇଁ ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଏପରିକି କଲେଜ ଛାତ୍ର ଛାତ୍ରୀ ମାନେ ଗେଟରେ ତାଲା ପକାଇ ଆନ୍ଦୋଳନ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ

 

 

 

Leave a Reply

Your email address will not be published. Required fields are marked *

You cannot copy content of this page