ବ୍ୟାସନଗର ରେ ବିଶ୍ୱ ପରିବେଶ ଦିବସ ପାଳିତ

0

ବ୍ୟାସନଗର(ସଙ୍କେତ ଖବର)
ବିଶ୍ୱ ପରିବେଶ ଦିବସ ଅବସରରେ ବାଙ୍କ ବିହାରୀ ଦାସ ଜାତୀୟ ପରିବେଶ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠାନ ଯାଜପୁର ଓଡ଼ିଶା ତରଫରୁ ଫେରୋକ୍ରୋମ୍ କାରଖାନା ପରିସରରେ ଥିବା କ୍ରୋମ୍ ନଗର ବିଦ୍ୟାମନ୍ଦିର ସମ୍ମୁଖରେ ଏକ ପରିବେଶ ସମ୍ବନ୍ଧୀୟ ଆଲୋଚନାଚକ୍ର ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବ୍ରଜ କିଶୋର ପତି ଙ୍କ ଅଧ୍ୟକ୍ଷତାରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲାର ବିଶିଷ୍ଠ ଶିକ୍ଷାବିତ୍ ପ୍ରଫେସର ପଦ୍ମନାଭ ମଲ୍ଲ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ବିଶିଷ୍ଠ ଶିକ୍ଷାବିତ୍ ପ୍ରାଧ୍ୟାପକ ନିହାର ରଞ୍ଜନ ଜେନା ଅନୁଷ୍ଠାନର ଲକ୍ଷ୍ୟ ଓ ଆଜିର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଫେରୋକ୍ରୋମ୍ କାରଖାନାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବୀର କିଶୋର ସାହୁ , ମହିଳା କ୍ଲବର ସଭାନେତ୍ରୀ ଶ୍ରୀମତୀ ସେନୋରିଟା ସାହୁ , ଦାନଗଦି ତହସିଲର ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ, ବରିଷ୍ଠ ଆଇନଜୀବି ତଥା ବ୍ୟାସନଗର ବାର୍ ଆସୋସିଏସନ୍ ର ସଭାପତି ସୁଧାଂଶୁ ଶେଖର ଦାସ, ସାଧାରଣ ପ୍ରବନ୍ଧକ ଆଶୁତୋଷ କୁମାର ନାୟକ, ପୁଣ୍ୟଶ୍ଲୋକ ରାୟ, ବିଚିତ୍ରାନନ୍ଦ ପ୍ରଧାନ, ମାନବ ସମ୍ବଳ ବିକାଶ ଅଧିକାରୀ ଇଂ. ରଶ୍ମିରଞ୍ଜନ ବିଶ୍ୱାଳ, ଅଲେଖ ପ୍ରସାଦ ସାମଲ, ସାଧାରଣ ସମ୍ପାଦକ ଫେରୋକ୍ରୋମ କାରଖାନା ମଜଦୁର ସଂଘ, ସନ୍ତୋଷ କୁମାର ପରିଡ଼ା, ଦେବ ରଞ୍ଜନ କର ,ଶିକ୍ଷା ପ୍ରଭାରୀ ବିଜୟ କୁମାର ବେହେରା, ପ୍ରଫୁଲ୍ଲ କୁମାର ଦାସ, ଆଡଭୋକେଟ ସୁଶୀଲ କୁମାର ବେହେରା, ଭାଗିରଥୀ ମହନ୍ତ, ପ୍ରୟାସ ପରିଡ଼ା ଓ ଶିବାନନ୍ଦ କ୍ଲବର ଇଂ. ରଜତ କୁମାର ପତି, ଅବିନାଶ ବଳ, ଅଂଶୁମାନ ରାଉତ, ଦିବ୍ୟଜ୍ୟୋତି ମଲ୍ଲିକ, ଆଶିଷ ମହାନ୍ତି ଆଦି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ବକୁଳ ବାଟିକାରେ ବୃକ୍ଷରୋପଣ କରି ସୁସ୍ଥ ସମାଜ ତଥା ସବୁଜ ଭାରତ ଗଠନ ପାଇଁ ଶପଥ ନେଇଥିଲେ ।

ପରିଶେଷରେ ଅନୁଷ୍ଠାନର ଇଂ. ରଶ୍ମିରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page