ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

0

ଛତିଶଗଡ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଅଜିତ ପ୍ରମୋଦ କୁମାର ଯୋଗୀଙ୍କ ଆଜି ୭୪ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ବିଜୟ, ପରାଜୟ, ବିବାଦ ଆଉ ସ୍ବାସ୍ଥ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ଯୋଗୀ ଶେଷରେ ପିଲା ପରିବାରକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି।

ନିଜର ସହଜ ଆଉ ସ୍ବଭାବିକ୍ ଚଳଣୀ ପାଇଁ ଅନୁସୂଚିତ ଜାତି ଜନଜାତିଙ୍କର ଖୁବ୍ ନିକଟତର ହୋଇ ପାରିଥିଲେ ଅଜିତ୍। ବିଳାସପୁର ଜିଲ୍ଲା ପେଣ୍ଡ୍ରା ରୋଡ ଅଞ୍ଚଳରେ ଜନ୍ମିତ ଯୋଗୀ ୧୯୯୪ ମସିହାରେ ଉଜ୍ଜୟନୀ ବିଶ୍ବବିଦ୍ୟାଳୟରୁ ଇଂଜିନିୟରିଂ ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ନିଜର ବିଚକ୍ଷଣ ପ୍ଳତିଭାର ପରିଚୟ ଦେବାକୁ ଯାଇ ଅଜିତ ପ୍ରଥମେ ସର୍ବ ଭାରତୀୟ ପୋଲିସ ସେବା ଓ ତା’ପରେ ସର୍ବଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ। ଇନ୍ଦୋର ଏବଂ ରାୟପୁର ପରି ଜିଲ୍ଲାର ଜିଲ୍ଲାପାଳ ଭାବରେ ୧୨ ବର୍ଷ କାର୍ଯ୍ୟ କରିବା ପରେ ଅଜିତ ଯୋଗୀ ୧୯୮୬ ମସିହାରେ ଚାକିରୀରୁ ଇସ୍ତଫା ଦେଇ କଂଗ୍ରେସ ଟିକଟରେ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୦ ମସିହାରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଯୋଗୀ ୨୦୦୩ ମସିହାରେ ରାମ ଅବତାର ଜାଗୀ ହତ୍ୟା ମାମଲା ବିବାଦରେ ଛନ୍ଦି ହୋଇ ପଡିଥିଲେ। ପରବର୍ତ୍ତୀ ସମୟରେ ଏକ ନିର୍ବାଚନୀ କ୍ୟାମ୍ପେନ୍ ପାଇଁ ଯିବା ବେଳେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଅଜିତ୍ ଗୁରୁତ୍ବର ଆଘାତ ହୋଇ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇ ଯାଇଥିଲେ। ଦୀର୍ଘ ବର୍ଷ ହୁଇଲ୍ ଚେୟାରରେ ଜୀବନ କଟାଇବା ପରେ ଶେଷରେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲି ଯାଇଛନ୍ତି। ଅଜିତ ଯୋଗୀଙ୍କ ପରି ଜଣେ ଉଦାରବାଦୀ ନେତା ଭାରତୀୟ ରାଜନୀତିରେ ମିଳିବା ବିରଳ।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page