ଦଶରଥପୁର ଶାଖା ପକ୍ଷରୁ ଓୟୁଜେର କାର୍ଯ୍ୟକାରିଣୀ ବୈଠକ

0

ଦଶରଥପୁର (ସଙ୍କେତ ଖବର): ଦଶରଥପୁର ବ୍ଲକ ଅଧିନସ୍ଥ ଥାଲକୁଡି ଆରଏଣ୍ଡବି ଡାକବଙ୍ଗଳା ପରିସର ମଧ୍ୟରେ ଓଡିଶା ସାମ୍ବାଦିକ ସଂଘ ଦଶରଥପୁର ଶାଖା ପକ୍ଷରୁ ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆଗାମୀ ବର୍ଷପାଇଁ ସଂଘର ସଭ୍ୟପଦ ନବୀକରଣ ଓ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ସଂଘର ସଭ୍ୟ ଚନ୍ଦ୍ରଶେଖର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ଜିଲ୍ଲା ସଭାପତି ଆଦିତ୍ୟ ମେକାପ, ରାଜ୍ୟ ଉପ-ସଭାପତି ରାଜିବ ମହାନ୍ତି, ବରିଷ୍ଠ ସଭ୍ୟ ତପନ କୁମାର ମହାନ୍ତି ପ୍ରମୂଖ ଯୋଗଦେଇ ସାମ୍ବାଦିକମାନେ ଦରିଦ୍ର,ଖଟିଖିଆ, ଦୁର୍ନୀତି, ଅତ୍ୟାଚାର ଓ ଅବହେଳିତ ଜନସାଧାରଣଙ୍କ ହକ୍ ପାଇଁ ଲଢେଇ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ବେହୁରିଆ,ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ଦାସ,ପ୍ରଦିପ ମହାନ୍ତି,ବିରଜା ପାଣି,କୌଶିକ ଦାସ,ମାନସ କୁମାର ଜେନା, ଜୟପ୍ରକାଶ ନାୟକ, ମନୋଜ ପୃଷ୍ଟି,ବିଶ୍ୱଭୂଷଣ ବିଶ୍ୱାଳ,ପ୍ରତାପ ମଲ୍ଲିକ,ଶୈଳେନ୍ଦ୍ର ସାମଲ,ସତ୍ୟଜିତ୍ ସାମଲ ପ୍ରମୁଖ ବୈଠକର ଆଲୋଚନାରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page