ଅଶୋକ ଦାସ ମେମୋରିଆଲ୍ ପ୍ରଦର୍ଶନୀ କ୍ରିକେଟ, ବିଧାୟକ ଏକାଦଶ ବିଜୟୀ

0

ଯାଜପୁର, (ସଙ୍କେତ ଖବର) ଯାଜପୁର ବାଳାଶ୍ରମ ପଡ଼ିଆ ରେ ଅଶୋକ ଦାସ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଏକ ପ୍ରଦର୍ଶନୀ ମ୍ୟାଚ୍ ଯାଜପୁର ବିଧାୟକ ଏକାଦଶ ଓ ଯାଜପୁର ମେଡ଼ିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ବିଧାୟକ ଏକାଦଶ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବିଧାୟକ ଏକାଦଶ ନିଦ୍ଧାରିତ ୧୫ ଓଭର ଖେଳି ୨ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଧୂଆଁଧାର ବ୍ୟାଟିଂ କରି ୨୦ ବଲ୍‌ରେ ୪୫ ରନ୍ ସଂଗ୍ରହ କରିଥିବା ବେଳେ ଧର୍ମେନ୍ଦ୍ର ସାହୁ ୬୧ ରନ୍ ସଂଗ୍ରହ କରିଥିଲେ ।

ମିଡ଼ିଆ ଏକାଦଶ ଦଳ

ମେଡ଼ିଆ ଏକାଦଶ ଦଳ ତରଫରୁ ସଞ୍ଜିବ ନାୟକ ୩ଓଭର ବୋଲିଂ କରି ୨୧ ରନ୍ ଦେଇ ଗୋଟିଏ ଓ ସମରଜିତ୍ ମହାନ୍ତି ୩ ଓଭର ବୋଲିଂ କରି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ମେଡ଼ିଆ ଏକାଦଶ ନିର୍ଦ୍ଧାରିତ ୧୫ ଓଭର ମଧ୍ୟରୁ ୧୨.୫ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରି ବିଧାୟକ ଏକାଦଶଙ୍କ ଠାରୁ ପରାସ୍ତ ହୋଇଥିଲେ ।

ଅଧିନାୟକ ପ୍ରଣବ ପ୍ରକାଶ ଦାସ

ମେଡ଼ିଆ ଏକାଦଶ ଦଳ ତରଫରୁ ବିଶ୍ବଜିତ୍ ରଣା ସର୍ବାଧିକ ୨୧ରନ୍, ଅଧୁନାୟକ ଦିଲ୍ଲୀପ କୁମାର ଦାସ ୧୫ରନ୍ ଓ ପରମେଶ୍ୱର ବେହୁରିଆ ୧୩ରନ୍ ସଂଗ୍ରହ କରିଥିଲେ । ବିଧାୟକ ଏକାଦଶ ତରଫରୁ ସୂର୍ଯ୍ୟପ୍ରକାଶ ଦାସ ୨ ଓଭର ବୋଲିଂ କରି ୧୧ ରନ୍ ଦେଇ ୨ଗୋଟି ୱିକେଟ୍, ସୁଶାନ୍ତ ସିଂହ ୩ ଓଭର ବୋଲିଂ କରି ୨ଗୋଟି ୱିକେଟ୍ ଓ ସ୍ବସ୍ତିକ୍ ପହି ୧ ଓଭର ବୋଲିଂ କରି ୧ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

ବିଜୟୀ ବିଧାୟକ ଏକାଦଶ ଦଳ

ଏହି ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ହୋଇଥିଲେ । ଏହି ମ୍ୟାଚରେ ମେଡ଼ିଆ ଏକାଦଶର ଖେଳାଳିଭାବେ ଅଧିନାୟକ ଦିଲ୍ଲିପ କୁମାର ଦାସ, ସମରଜିତ୍ ମହାନ୍ତି, ବିଶ୍ବଜିତ୍ ରଣା, ଅନିଲ୍ ପଣ୍ଡା, ପରମେଶ୍ଵର ବେହୁରିଆ, ସନ୍ଦିପ୍ତ ରାୟ, ସଞ୍ଜିବ ନାୟକ, ସୌମ୍ୟରଞ୍ଜନ ଦାସ, ବିଦ୍ୟାଧର ବେହେରା, ପ୍ରଭାତ ତ୍ରିପାଠୀ, ସରୋଜ କାହଳ, ମହେଶ୍ୱର ସାହୁ, ଅରୁଣ ରାଉତରାୟ, ପ୍ରମୁଖ ଖେଳରେ ଭାଗନେଇଥିଲେ । ଏହି ଖେଳକୁ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ଉପ-ସଭାପତି ଅଭୟ ବଲ୍ଲଭ ପଣ୍ଡା, ମନୋଜ ସାହୁ, ଶୁଭାସିଷ ରାଉତ, ସେକ୍‌ ଶାହାଜୁଦ୍ଦିନ୍, ଶ୍ରୀଜୟ ମହାପାତ୍ର, ପ୍ରଶାନ୍ତ ସାମଲ, ସରିତ୍ ରଞ୍ଜନ ଦାସ, ପାର୍ଥସାରଥ ବେହେରା, ଦୀପକ ଦାସ, ଜ୍ଞାନ ଘଡ଼ାଇ, ଦେବ କୁମାର, ସଞ୍ଜୟ ବେହେରା, ସେ ମୂର୍ତ୍ତିଜା, ସଚ୍ଚିଦାନନ୍ଦ ଜେନା ପ୍ରମୁଖ ଖେଳ ପରିଚାଳନାରେ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page