ଜିଲା ସ୍ତରୀୟ କୃଷି ଦିବସ ପାଳିତ

0

ଯାଜପୁର (ସଂକେତ ଖବର) ଜିଲା କୃଷି ବିଭାଗ ପକ୍ଷରୁ କୋରେଇ ବ୍ଳକ ଗୋଳେଇପୁର ପଂଚାୟତ ମସୁଦପୁର ଗାଁରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ। ଆଜି ଜିଲ୍ଲା ପରିଷଦ ଅଧକ୍ଷା ନଳିନିପ୍ରଭା ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଅକ୍ଷୟ ତୃତୀୟା ଦିବସରେ କୋରେଇ ବ୍ଳକ ଅଧକ୍ଷା ଜୟନ୍ତୀ ଦଳେଇ ଜିଲ୍ଲା କୃଷି ଅଧିକାରୀ ଉଦିତମୟୀ ତ୍ରିପାଠୀ,ଯାଜପୁର ରୋଡ ଜିଲ୍ଲା କୃଷି ଅଧିକାରୀ ବୈରାଗୀ ଚରଣ ତ୍ରିପାଠୀ,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ତରେଇ, ସଭ୍ୟ ଉମାକାନ୍ତ ମାଝୀ ପ୍ରମୂଖ ଯୋଗ ଦେଇ କୃଷି ଦିବସ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ପ୍ରଥମେ ଅତିଥି ମାନେ ଚାଷ ବିଲରେ ହଳଲଙ୍ଗଳ ବୁଲେଇ ଧନ ଅନୁକୂଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨ ଶହରୁ ଉର୍ଦ୍ଧ୍ବ ଚାଷୀ ଯୋଗଦେଇ ବିଭିନ୍ନ ଉନ୍ନତ ମୂଳକ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page