ଚାଷ ଓ ଚାଷୀ ସମସ୍ୟା ନେଇ ଆଲୋଚନାଚକ୍ର ।

0

ରସୁଲପୁର(ସଂକେତ ଖବର) ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଚାଷ ଓ ଚାଷୀର ସମସ୍ୟା କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ରସୁଲପୁର ବ୍ଲକ ର ରାହାସ ବିହାରୀ ମଠ ପ୍ରାଙ୍ଗଣରେ ସ°ଗ୍ରାମୀ ନେତା ଇ ° ବିଶ୍ୱଜିତ୍ ମହାନ୍ତି ଙ୍କ ଆବାହକତ୍ୱ ରେ ଆୟୋଜିତ ସାଧାରଣ ସଭା ରେ ଧର୍ମଶାଳା ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଶାନ ପଣ୍ଡା ,ବାହାଦଲାପୁର ପଚା°ୟତ ପୂର୍ବତନ ସରପଞ୍ଚ ପଦ୍ମନାଭ ବାଭି ,କୃଷକ ନେତା ବସନ୍ତ କୁମାର ପରିଡା ,ଆଜାଦି ଠେଙ୍ଗା ବାହିନୀ ର ମୁଖ୍ୟ ଲକ୍ଷଣ ଦାଶ ,ଅବସରପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ପଣ୍ଡା , ପୂର୍ବତନ ସମିତି ସଭ୍ୟ ବଟକୃଷ୍ଣ ସାହୁ ଯୋଗ ଦେଇ ଚାଷ ଓ ଚାଷୀ ର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।ସରକାର ଚାଷ ଓ ଚାଷୀ ର ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ବୋଲି ପ୍ରଚାର ପ୍ରସାର କରୁଥିବା ବେଳେ ଚାଷ ଆଜି ବିପଦ ର ସମ୍ମୁଖୀନ ହେବାକୁ ଯାଉଛି ।କେଉଁଠି ଚାଷ ଜମିକୁ ପାଣି ନାହିଁ ତ କେଉଁଠି ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିଛି । ଏଥିପାଇଁ ଆଲୋଚକ ମାନେ ୫ ଦଫା ଦାବି କୁ ଉପସ୍ଥାପନ କରିଥିଲେ ।ପ୍ରଥମତଃ ଭୁତଳ ଜଳ ପରିବର୍ତ୍ତେ ନଦୀ ଜଳକୁ ଚାଷ ଜମିରେ ପ୍ରୟୋଗ କରି ଚାଷ ଜମି କୁ ଉର୍ବରତା ରଖିବି ।ଦିତୀୟତଃ ଚାଷୀର ଆୟକାରୀ ଫସଲ କୁ ନଷ୍ଟ କରୁଥିବା ବୁଲା ଷଣ୍ଢ ଓ ମାଙ୍କଡ଼ ଦାଉରୁ ଳକ୍ଷା ଖରିବା। ତୃତୁୟତୄ।କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ନିଧି ଏବଂ କାଳିଆ ଯୋଜନାରେ ବ°ଚୀତ ଗରିବ ଚାଷୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଙ୍କ ପ୍ରାପ୍ୟ ଦେବା । ଚତୁର୍ଥତଃ ଚାଷୀର ଉତ୍ପାଦିତ ଦ୍ରବ୍ଯ କୁ ମହଜୁଦ ରଖିବା ପାଇଁ ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ ।ପଚ°ମତଃ ଯୋକଡିଆ – ଜେନାପୁର ବ୍ୟାରେଜ୍ ନିର୍ମାଣ କରି ଜଳ ଉସ୍ଛ କୁ ସ°ରକ୍ଷଣ କରାଯିବା ସହ ବ୍ରାହ୍ମଣୀ ଓ ଖରସ୍ରୋତା କୁ ଚିରସ୍ରୋତା କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ ।ଏବଂ ଏହାକୁ ଏକ ଆନ୍ଦୋଳନ ରେ ପରିଣତ କରି ସରକାରଙ୍କ ନିକଟରେ ଆଲୋଚନା କରିବା ପାଇଁ ମତପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଏକ ପରିଚାଳନା କମିଟି ଗଠନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା ।ଏହି ଆଲୋଚନା ରେ କୋରେଇ ,ଧର୍ମଶାଳା ,ଏବଂ ବରି ବ୍ଲକର କୁଳମଣି ନାୟକ ,ନକୁଳ ରାଉତ ,ନନ୍ଦ କିଶୋର ସାହୁ ତପନ କୁମାର ପାତ୍ର ,ରତ୍ନାକର ପାଳ , ବି . ମୂର୍ତ୍ତି , ପ୍ରକାଶ ଚନ୍ଦ୍ର ମହାନ୍ତି ,ଆନନ୍ଦ ଚନ୍ଦ୍ର ସାହୁ ,ଗୋଲେଖ ମଲ୍ଲିକ ,ଦେବବ୍ରତ ରାଉତ ,ଅଜୟ କୁମାର ସ୍ୱ।ଇଁ , ନିରଞ୍ଜନ ପ୍ରଧାନ ,ପ୍ରକାଶ ଚନ୍ଦ୍ର ରାଉତ ,କୁଳମଣି ନାୟକ ପ୍ରଭୃତି ୩ ଗୋଟି ନିର୍ବାଚନ ମଣ୍ଡଳୀ ର ଚାଷୀ ,ବୁଦ୍ଧିଜୀବୀ, ଶିକ୍ଷାବିତ୍ ,ଓ ଜନସାଧାରଣ ଯୋଗ ଦେଇଥିଲେ । ଯୁଗ୍ମ ଆବାହକ ତଥା ବରିଷ୍ଠ ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page