ଯାଜପୁର:କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଶପଥ ଗ୍ରହଣ।

0

ଯାଜପୁର(ସଂକେତ ଖବର)

ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନ ଓଡ଼ିଶା ତରଫରୁ ” କରୋନା ମହାଯୋଦ୍ଧା ସମ୍ମାନ” ଓ ସମ୍ବର୍ଧନା ସଭା ଯାଜପୁର ଟାଉନ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ମହାମାରୀ Covid-19 ଭୂତାଣୁ ସଂକ୍ରାମଣକୁ ଭୂକ୍ଷେପ ନକରି ନିଜ ଜୀବନକୁ ବାଜି ଲଗାଇ ସମଗ୍ର ମାନବ ଜାତି ପ୍ରତି ସମର୍ପିତ ଥିବା ଯୋଦ୍ଧା ମାନଙ୍କର ତ୍ୟାଗ ନିଷ୍ଠା ଓ ଶ୍ରମ କୁ ପ୍ରଶଂସା କରିବାକୁ ଭାଷା ନାହିଁ ବୋଲି ମୁଖ୍ୟ ଅତିଥି ରୂପେ ଯାଜପୁର ପୌରପାଳିକାର ପୂର୍ବତନ ପୈାରଧକ୍ଷ ଭବ ପ୍ରସାଦ ଦାସ ଯୋଗଦେଇ ଏହା କହିଛନ୍ତି। ଏଥିରେ ଜିଲ୍ଲାର ୧୦ଟି ସାମାଜିକ ସଙ୍ଗଠନକୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ନୂଆ ଆଲୋକ ଟ୍ରଷ୍ଟ, ସୂର୍ଯ୍ୟ ଆଲୋକ ସମାଜସେବା ଟ୍ରଷ୍ଟ, ରୁଦ୍ର ସେନା ଯୁବଶକ୍ତି ଯାଜପୁର, ଆମେ ବିପଦର ସାଥି, ଦ ଲିଟିଲ୍ ଆଞ୍ଜେଲ୍,ଇସଲାମ ୟୁଥ୍ କ୍ଲବ, ପ୍ରୟାସ ଟ୍ରଷ୍ଟ, ଯାଜପୁର ସେବା ସମିତି, କଳିଙ୍ଗ ନଗର ୟୁଥ୍ ଆସୋସିଏସନ୍, ସମ୍ଭବ ଟ୍ରଷ୍ଟ ଅଂଶ ଗ୍ରହଣ କରିଥିଲେ। ଲେଟ୍ସ୍ ସ୍ମାଇଲ୍ ର ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ, ମୁଖ୍ୟ ଉପଦେଷ୍ଟା ଶୁଭ୍ରାନ୍ତ ଶେଖର ଦୋରା, କୋଷାଧ୍ୟକ୍ଷ ରାଜେଶ କୁମାର ବଳ, ସଭାପତି ରାଜେନ୍ଦ୍ର ଖଣ୍ଡାଇ ଙ୍କ ସମତେ କାର୍ଯ୍ୟକାରୀ ସଭାପତି ଦେବବ୍ରତ ମହାପାତ୍ର, ମଞ୍ଜିତ ମହାନ୍ତି , ଆଲୋକ ଜେନା, କେଶବ ଚନ୍ଦ୍ର ଦାସ,ବିଜେନ୍ଦ୍ର ଖଣ୍ଡାଇ, ମହେନ୍ଦ୍ର ସ୍ୱାଇଁ, ରିଙ୍କୁ ଜେନା,ପ୍ରତିକ୍ଷ୍ କୁମାର,ତୋଫାନ ଷଣ୍ଢ ମଧୂସୁଦନ ସତପଥି ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ ମୁକୁନ୍ଦ ହନ୍ତାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page