ୟୁଥ ମାସ କ୍ଲବ ପକ୍ଷରୁ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା ।
![](https://www.sanketkhabar.com/wp-content/uploads/2020/06/PicsArt_06-13-06.04.24-1024x582.jpg)
ବ୍ୟାସନଗର(ସଂକେତ ଖବର)
ପ୍ରକୃତ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ନିଜକର୍ମ କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ବ୍ୟାସନଗର ର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ “କ୍ଲବ ଦି ୟୁଥମାସ” ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ତାନୀୟ ବ୍ୟାସନଗର ମୁନିସିପାଲିଟି କାର୍ଯ୍ୟଳୟ ଓ ବ୍ୟାସନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି,
ମହାମାରୀ କରୋନା ଭୟରେ ଲୋକମାନେ ଘରୁ ପଦାକୁ ବାହାରୁ ନଥିବା ବେଳେ ବ୍ୟାସନଗର ମୁନିସିପାଲିଟିରେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ହେବ ସଫେଇ କାମ କରୁଥିବା କର୍ମଚାରୀ ମାନେ ପୂର୍ବ ଦିନ ଭଳି ସେମାନେ ନିଜର କାମ କରୁଥିଲେ ,ନିଜକୁ ବିପଦ ମୁଖକୁ ଠେଲି ଏହି ସମାଜକୁ ସ୍ୱଚ୍ଛ ରଖି କରୋନା ସହ ସଂଘର୍ଷ କରି କରୋନା ମୁକ୍ତ କରିବା ପାଇଁ ଏହି ସଫେଇ କର୍ମଚାରୀ ମାନେ ସଦାସର୍ବଦା ଚେଷ୍ଟିତ ଏହି ସଫେଇ କର୍ମଚାରୀ ଙ୍କୁ ଓ ମେଡ଼ିକାଲ ରେ ଥିବା ପୋଲିସ ଫାଣ୍ଡି କର୍ମଚାରୀ ଙ୍କୁ ଉତ୍ସାହିତ କରିବାପାଇଁ ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଯୁବ ସମାଜସେବୀ ରାଜେଶ କୁମାର ରାଉତ,ପ୍ରକାଶ କୁମାର ଜେନା,ଉତ୍କଳ ଜେନା,ଅଜିତ ପରିଡା,ସନ୍ତୋଷ ରାଉତ,ରଞ୍ଜନ ମଲିକ, ଅସିତ ଦାସ,ଯାଜ୍ଞାଦତ ତ୍ରିପାଠୀ, ବିଜୟ ସାହୁ,ପୀତବାସ ପାତ୍ର,ରଞ୍ଜନ ,ହରବିନ୍ଦର ସିଂ,ସମରେନ୍ଦ୍ର ବେହେରା, କୁନୁ ମଟାଣିଆ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମୁନିସିପାଲିଟି ସୁଇପର,ମେଡ଼ିକାଲ ସୁଇପର,ଧୋବି,ଏଲେକ୍ଟ୍ରିସିଅନ, ଓ ମେଡ଼ିକାଲ ଫାଣ୍ଡି କନେଷ୍ଟ ବଳ ଙ୍କୁ କରୋନା ଯୋଦ୍ଧା ଭାବେ ଉତରଣୀ ଦେବାସହ ଶୁଖିଲା ଖାଦ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।