ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଡ. ରୁଦ୍ରନାରାୟଣ ପୃଷ୍ଟିିଙ୍କୁ ସମ୍ବର୍ଦ୍ଧନା

0

ଯାଜପୁର (ସଙ୍କେତ ଖବର) ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ଅଣ୍ଡେଇଗୋଡା ଗ୍ରାମରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ବରିଷ୍ଠ ସାହିତ୍ୟକାର ଡ. ରୁଦ୍ରନାରାୟଣ ପୃଷ୍ଟିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଉତ୍କଳ ଶତରୂପା ସାହିତ୍ୟାୟନର ସଭାପତି ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡିଶୋ ସରପଞ୍ଚ ନିଲମ ମଲିକ ,ରସୁଲପୁର ବିଜେଡି ସଭାପତି ତଥା ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ଅରୁଣ କୁମାର ରାଉତ ,ରାଜ୍ୟପୁରସ୍କାରପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ କୈଳାସ ଚନ୍ଦ୍ର ନାୟକ , ସାହିତ୍ୟିକ ପ୍ରଦୀପ କୁମାର ସାମଲ ,କୋରେଇର ବରିଷ୍ଠ ବିଜେଡି ନେତା ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ଡ. ପୃଷ୍ଟିଙ୍କୁ ଭୂୟସୀ ପ୍ରଶଂସା କରିବାସହ ଦିର୍ଘାୟୁ କାମନାକରି ଓଡଆ ଭାଷାକୋଷକୁ ଆହୁରୀ ସମୃଦ୍ଧି କରନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଅତିଥିମାନେ ଡ. ପୃଷ୍ଟିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶତରୂପାର ସଂପାଦକ ମନୋଜ କୁମାର ନାୟକ ଅତିଥି ପରିଚୟ କରିଥିଲେ। ସାହିତ୍ୟିକ ଗୋଲକ ବିହାରୀ ରାଉତ ଧନ୍ୟବାଦ ଦେଇଥିଲେ।ସାହିତ୍ୟିକ ରବିନ୍ଦ୍ର କୁମାର ମିଶ୍ର ,ପ୍ରଫୁଲ୍ଲ କୁମାର ମଲ୍ଲୀକ ,ବିଚିତ୍ରାନନ୍ଦ ରାଉତ ,ଦୁଶାସନ ନାୟକ , ନିଳମଣି ନାୟକ ଡ. ପୃଷ୍ଟିଙ୍କ ସୁଖ୍ୟାତିକୁ ବର୍ଣ୍ଣନା କରିଥିଲେ। କବି ସନ୍ତୋଷ କୁମାର ପାଢି ,ରମାକାନ୍ତ ସ୍ବାଇଁ ,ନୀହାର ଶତପଥୀ ,ପରମାନନ୍ଦ ପଣ୍ଡା,ଶଙ୍କର୍ଷଣ ରାଉତ,ଗୋପାଳ ବେହେରା ,ପିତବାସ ମଳିକ,ଭାଷ୍କର ସାହୁ ପ୍ରମୁଖ ସଭାରେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page