ପ୍ରଧାନ ଶିକ୍ଷକ ଙ୍କ ଅବସର କାଳିନ ସମ୍ବର୍ଦ୍ଧନା ଉତ୍ସବ

0

ଧର୍ମଶାଳା(ସଙ୍କେତ ଖବର):ଧର୍ମଶାଳା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଅରାବଳ ପଞ୍ଚାୟତ ମହନପୁର ଗ୍ରାମରେ ଥିବା ପଦ୍ମଚରଣ ଏକାଡେମୀର ପ୍ରଧାନ ଶିକ୍ଷକ ବିମ୍ବାଧର ଜେନାଙ୍କ ଅବସର କାଳିନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ବାମଦେବ ପାଢୀ,ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ସରୋଜ କୁମାର ସାମଲ,ସିଆରସିସି ଶିଶିର କୁମାର ପାଣିଗ୍ରାହୀ,ଅରାବଳ ପଞ୍ଚାୟତ ସରପଞ୍ଚ ଦୀପ୍ତିପ୍ରଭା ସେଠୀ,ସମିତି ସଭ୍ୟା ବନିତା ମଲିକ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟ ଉପରେ ମତ ରଖିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ନିର୍ମଳ ସାମଲ,ଉଦୟବଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୋହନ ଚରଣ ସାମଲ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦ ନାୟକ,ବୃଷଭାନୁ ଜେନା,ବିଜ୍ଞାନ ଶିକ୍ଷକ ସଂଗ୍ରାମ ମହାପାତ୍ର, ପ୍ରାକ୍ତନ ଛାତ୍ର ଶୁଶାନ୍ତ ସାମଲ,ନରେନ୍ଦ୍ର ସାହୁ,ଅକ୍ଷୟ ସାମଲ,ରଶ୍ମି ରଞ୍ଜନ ସାମଲ,ଗିରିଧର ସାହୁ ପ୍ରମୁଖ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଙ୍କ ବିଦ୍ୟାଳୟ ପ୍ରତି ଅବଦାନ ଓ ଶିକ୍ଷାଦାନ ବିଷୟରେ ଆଲୋଚନା କରିଥିଲେ ।ମହନପୁର ୟୁଜିଏମଇର ପ୍ରଧାନ ଶିକ୍ଷକ ରାଧେଶ୍ଯାମ ବାରିକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଇନ୍ଦ୍ରମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ଓ ବିଦାୟୀ ସଂଗୀତ ପରିବେଶଷଣ କରାଯାଇଥିଲା ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ,ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ତଥା ପୁରାତନ ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ ।ଶେଷରେ ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଏକ ସୁସଜ୍ଜିତ ଗାଡିରେ ଶୋଭାଯାତ୍ରାରେ ନେଇ ନିଜ ଗ୍ରାମ ହରିପୁରସ୍ଥ ବାସଭବନରେ ପହଞ୍ଚାଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page