ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ

0

ଯାଜପୁର(ସଂକେତ ଖବର) ଯାଜପୁର ଜିଲ୍ଲା ସ୍କୁଲର ଶିକ୍ଷୟିତ୍ରୀ କ୍ଷୀରୋଦମୟୀ ପତିଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ କରାଯାଇଛି। ଜାତୀୟ ସବୁଜ ବାହିନୀ(ଇକୋକ୍ଲବ) ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ରଚନା ପ୍ରତିଯୋଗିତା (Article writing competiton on “Alternative use of Plastic”) ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ବତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର ଓ ରାଜ୍ୟ ପରିବେଶ ଅଧ୍ଯୟନ କେନ୍ଦ୍ରର ନିର୍ଦ୍ଦେଶକ ରାଜୀବ କୁମାର ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page