ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳଙ୍କ ଚଢ଼ାଉ, ଖଇନି ପାଇଁ ଆଦାୟ କଲେ ପାଂଇନି

0

ଯାଜପୁର(ସଂକେତ ଖବର ବ୍ୟୁରୋ) ପାନ,ଗୁଟକା ଭଳି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଗୁଡିକୁ ବର୍ଜନ ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ୱାର ନିବେଦନ ଓ ଅବଗତ କରାଯାଊଥିଲେ ମଧ୍ୟ ତାହାକୁ ଅନେକ ଊଲଙ୍ଘନ କରୁଥିବା ସବୁବେଳେ ଦେଖିବାକୁ ମିଳିଥାଏ । କେତେକ ବ୍ୟକ୍ତି ଏହାକୁ ଏକ ଖାନ୍ଦାନୀ ପରମ୍ପରା ଭାବେ ଗ୍ରହଣ କରି ରାସ୍ତାଘାଟ, ଅପିଂସ, ଯାତାୟତ ସ୍ଥଳ, ଚିକିତ୍ସାଳୟ ଇତ୍ୟାଦି ସ୍ଥାନକୁ ପାନଚ୍ଥେପ, ଗୁଟକା ଜରି, ବିଡି ସିଗାରେଟର ଟୁକୁଡା ପକାଇ ଅପରିଷ୍କାର କରିବାରେ ସହାୟର ହୋଇଥାନ୍ତି । ହେଲେ ସବୁବେଳ ସମାନ ନ ଥାଏ । ସେମିତି କିଚ୍ଥି ପରିବେଶ ନଷ୍ଟ କରୁଥିବା ବ୍ୟକ୍ତି ବିଶେଷ ଧରାପଡିଥିଲେ ଜିଲ୍ଳ୍ାପାଳ ଓ ଏସ୍.ପି. ଙ୍କ ହାତରେ । ଆଇନ ନ ମାନି ପାଂଇନି ଦେଇଥିଲେ ଖଇନି ପାଇଁ । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ, ଏସ୍.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ସିଡିଏମ୍ଓ ଡା ବାରିଶ ଦାସ, ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା ପ୍ରେସ୍ କ୍ଳ୍ବ ସଭାପତି ରାଜୀବ ମହାନ୍ତିପ୍ରମୁଖ ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟରେ ସ୍ୱଚ୍ଚ୍ଥତା ହିଁ ସେବା କାର୍ଯ୍ୟକ୍ରମରେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟ ସପେଂଇ କରିଥିଲେ ।

ଚିକିତ୍ସାଳୟ ବାହାର, ୱାର୍ଡ ଭିତର, ଶୈାଚାଳୟ ଗୁଡିକୁ ମଧ୍ୟ ଅନୁଧ୍ୟାନ କରି ପରିଷ୍କାର କରାଯାଇଥିଲା । ଏହି ସପାଂ ସମୟରେ କିଚ୍ଥି ଲୋକ ପାନଗୁଟ୍କା ଖାଇଥିବାର ଦେଖିବା ପରେ ଊଭୟ ଜିଲ୍ଳ୍ାପାଳ ଓ ଏସ୍.ପି. ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ବାରମ୍ୱାର ପାନ, ଗୁଟ୍କାର ଭୟାବହତା ସଂପର୍କରେ ରୋଗୀ ଓ ସହାୟକ ମାନଙ୍କୁ ସଚେତନ କରାଯାଊଚ୍ଥି । ସାଇନ୍ ବୋର୍ଡ ମଧ୍ୟ ଲଗାଯାଇଚ୍ଥି । ଏପରିକି ସାଇନ୍ ବୋର୍ଡ ତଳେ ବସି ଜଣେ ରୋଗୀ ଯାହାଙ୍କ ହାତରେ ଚିକିତ୍ସା ହେଊଥିବାରୁ ଚ୍ଥୁଞ୍ଚି ଲାଗିଚ୍ଥି ସେ ମଧ୍ୟ ପାନ, ଗୁଟ୍କା ଖାଇବା ଅତ୍ୟନ୍ତ ଲଜ୍ୟାଜନକ ବୋଲି ଜିଲ୍ଳ୍ାପାଳ କହିଥିଲେ । ବୁଝାବୁଝି ବହୁତ ହୋଇଗଲା ଓ ଏଥିରୁ ବିଶେଷ ସୁପଂଳ ମିଳିନାହିଁ । ଏଣିକି ଦଣ୍ଡ ଦେଇ ପରିବେଶକୁ ସୁସ୍ଥ ରଖାଯିବ ବୋଲି ଜିଲ୍ଳ୍ାପାଳ ଶ୍ରୀ ଦାସ କହିବା ସହ ୮ ଜଣ ରୋଗୀ ଓ ସହାୟକ ମାନଙ୍କ ଠାରୁ ୯୮୦ ଟଂକା ଜୋରିମାନା ଆକାରରେ ଆଦାୟ କରିଥିଲେ । ଚ୍ଥତାବରର ମୁକ୍ତିକାନ୍ତ ଜେନା ଯିଏକି ଅସୁସ୍ଥତା ପାଇଁ ଚିକିତ୍ସା ହେବାକୁ ଆସିଥିଲେ ଓ ତାଙ୍କ ହାତରେ ସିରିଞ୍ଜି ଚ୍ଥୁଂଚି ମଧ୍ୟ ଲାଗିଚ୍ଥି । ତାଙ୍କ ସହ ସହାୟକ ଦିଲିପ ନାୟକ, ଊଭୟ ପାନ, ଗୁଟକା ନିଷେଧ ବୋଲି ଲାଗିଥିବା ସାଇନ ବୋର୍ଡ ତଳେ ହିଁ ପାନ ଗୁଟ୍କା ଖାଊଥିବାରୁ ୧୦୦ ଟଂକା ଲେଖାଏଁ ପାଂଇନ ଦେଇଥିଲେ । ସେହିପରି ରଘୁନାଥପୁରର ଶଶିରେଖା ସାମଲ ମଧ୍ୟ ପାନ ଖାଊଥିବାରୁ ଶହେ ଟଂକା ପାଂଇନ ଦେଇଥିଲେ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ହେଲେ ଆମେ ଅଭ୍ୟାସ ବଶତଃ ଏହା ଭୁଲ ହେଲେ ବି ଖାଇଥିଲୁ । ପାଂଇନ ଦେଲାପରେ ଆଊ ଖଇନି ଖାଇବୁନି ବୋଲି ପ୍ରତିକ୍ରିୟାରେ ଏହି ଦଣ୍ଡିତ ବ୍ୟକ୍ତି ବିଶେଷ ପ୍ରକାଶ କରିଥିଲେ । ସାଧାରଣରେ ଏହାକୁ ବହୁତ ଭଲ ପଦକ୍ଷେପ ବୋଲି କହିବା ସହ ଏହା ନିୟମିତ ହେଲେ ଡାକ୍ତରଖାନା ପରିସର ଆପେ ସୁଧୁରିଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ସ୍ୱଚ୍ଚ୍ଥ କାର୍ଯ୍ୟକ୍ରମରେ ଚିକିତ୍ସାଳୟର ସମସ୍ତ ଚିକିତ୍ସକ, କର୍ମଚାରୀ, ଅନ୍ୟାନ୍ୟ ବିଭାଗର ଅଧିକାରୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page