ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ଠାରୁ ୧ଲକ୍ଷରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ

0

ଧର୍ମଶାଳା (ସଙ୍କେତ ଖବର): ଧର୍ମଶାଳା ଥାନା ପୋଲିସ ଦ୍ୱାରା ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଗାଡି ଚାଳକଙ୍କ ଠାରୁ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକରେ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା କାର, ଟ୍ରକ ଆଦି ଗାଡିରୁ ୧ଲକ୍ଷ ୨୫ହଜାର ଟଙ୍କା ଆଦାୟ କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଜାରକା ବଜାରରେ ଗାଡି ଗୁଡିକ ବାଇପାସ ରାସ୍ତା ଦେଇ ଯାତାୟତ କରୁଛି । ତେବେ କେତେକ ଅମାନିଆ ଡ୍ରାଇଭର ଟ୍ରାଫିକ ନିୟମ ଭାଙ୍ଗି ଗାଡିକୁ ଦୃତ ଗତିରେ ଚଳାଉଥିବା ଫଳରେ ଅଘଟଣ ଘଟି ରାସ୍ତା ଉପରେ ଗାଡି ଅଟକି ରହିବା ଫଳରେ ଏହି ରାସ୍ତା ଦେଇ ଯାଉଥିବା ଶହ ଶହ ସଂଖ୍ୟାରେ ଗାଡି ଘଂଟା ଘଂଟା ଧରି ଛିଡା ହୋଇ ରହୁଛି । ଏହାକୁ ନଜରରେ ରଖି ଗାଡି ଚାଳକ ମାନଙ୍କୁ ସାବାଡ କରିବା ଲାଗି ଆଜି ପୁର୍ବାହ୍ନରେ ଧର୍ମଶାଳା ପୋଲିସ ପକ୍ଷରୁ ଅମାନିଆ ଗାଡି ଚାଳକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଜାରକା ବିଟ ହାଉସ ଅଧିକାରୀ ରାଜକିଶୋର ନାୟକ,ଏଏସଆଇ ଚନ୍ଦନ ନାୟକ ସମେତ ବହୁ ଷ୍ଟାଫ ଏଥିରେ ନିୟୋଜିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page