କୋରେଇ:ମୁକୁନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ

0

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l ସୂଚନା ଅନୁଯାଇ ଆଜି ସନ୍ଧ୍ୟାରେ ଗ୍ରାମର ସଦାଶିବ ପରିଡାଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା l ନିଆଁ ଲାଗିବା ଦେଖି ସାଙ୍ଗେ ସାଙ୍ଗେ ଗ୍ରାମବାସୀ ବୈତରଣୀ ରୋଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ l ଏହି ଅଗ୍ନିକାଣ୍ଡ ରେ ସଦାଶିବଙ୍କ ର ଦୁଇ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି l

Leave a Reply

Your email address will not be published. Required fields are marked *

You cannot copy content of this page