ନିଳକଣ୍ଠପୁର ରେ ଅଗ୍ନିକାଣ୍ଡ

0

ଯାଜପୁର (ସଙ୍କେତ ଖବର) ବ୍ଲକ ଅନ୍ତର୍ଗତ ଝାଲପଡା ପଂଚାୟତର ନୀଳକଣ୍ଠପୁର ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ l ଗତକାଲି ବିଳମ୍ବିତ ରାତ୍ରି ରେ ଘଟିଛି ଏହି ଅଗ୍ନିକାଣ୍ଡ। ନିଆଁ କୁ ଆୟତ୍ତ କରିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି 5 ଜଣ ରୁ ଉର୍ଦ୍ଧ ଆହତ ହୋଇଛିନ୍ତି l ଆହତମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି l ଗତ କାଲି ବିଳମ୍ବିତ ରାତିରେ ଘରେ ସୋଇଥିବା ସମୟରେ କୌଣସି କାରଣରୁ ଶ୍ରୀଧର ରାୟ ଓ ବିଦ୍ୟାଧର ରାୟ ଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା l ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଉଦ୍ୟମ କରୁଥିବା ବେଳେ ହଠାତ ଘର ଭିତରେ ଥିବା ଗ୍ୟାସ ଟାଙ୍କି ଫାଟି ଯାଇଥିଲା l ଏଥିରେ ଶ୍ରୀଧର ରାୟଙ୍କ ସ୍ତ୍ରୀ ତିଳତମା ରାୟ, କାଜଲ ରାୟ,ଉପେନ୍ଦ୍ର ରାୟ,ସନ୍ତୋଷ ରାୟ, ସଂଗ୍ରାମ ରାୟ ପ୍ରମୁଖ ଆହତ ହୋଇଛନ୍ତି l ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଁ ଯାଜପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିଥିଲେ l ଆହତ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l ତେବେ ସେମାନଙ୍କ ମଧ୍ୟରୁ ଶ୍ରୀଧର ରାୟଙ୍କ ସ୍ତ୍ରୀ ତିଳତମା ଗୁରୁତର ଆହତ ହୋଇଥିବା ଜଣାପଡିଛି l ଅଗ୍ନିକାଣ୍ଡରେ ପ୍ରାୟ 5 ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବା ଦାବି ହୋଇଛି।

Leave a Reply

Your email address will not be published. Required fields are marked *

You cannot copy content of this page