ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ

0

ଭୁବନେଶ୍ୱର: ଗୋଟିଏ ଦୁଇଟି ସ୍ଥାନରେ କାଁଭାଁ ଗଣ୍ଡଗୋଳର ଖବର ଆସିଥିଲେ ବି ମୋଟାମୋଟି ଭାବେ ବହୁପ୍ରତୀକ୍ଷିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସୁଚାରୁରୂପେ ଶେଷ ହୋଇଛି। ଏଣେ କିଛି ଜାଗାରେ ଲୋକେ ଭୋଟ୍ ବର୍ଜନ କରିଥିବାର ସୂଚନା ବି ମିଳିଛି। ତେବେ ଲୋକେ ଧାଡ଼ିରେ ଠିଆ ହୋଇ ମତଦାନ କରୁଥିବାର ଦେଖିବାକୁ ମିଳୁଛି। ଆଜି ସକାଳ ୭ଟା ବେଳେ ମତଦାନ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥ୍ରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିଛନ୍ତି। ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିଥିଲା। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି, ପୁଲିସ ନଜର ରଖିଥିଲା। ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଇଥିଲା। ମତଦାନ ପାଇଁ ବୁଥ ଗୁଡ଼ିକରେ ସକାଳୁ ମତଦାତାଙ୍କ ଆଗମନ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page