ଆଫ୍ରିକାର କିଲିମାଞାର ପର୍ବତ ଶୃଗଂ ଅଭିମୁଖେ ଓଡ଼ିଆ ପୁଅ।

0

ପୁରୀ (ସଂକେତ ଖବର) ପୁରୀ ରଘୁରାଜପୁର ର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକା ର କିଲିମାଞାର ପର୍ବତ ଶୃଗଂ ଆରୋହଣ ଲକ୍ଷ୍ୟ ରେ ଯାତ୍ରା ଆରମ୍ଭ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଚିନ୍ମୟ ଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ପ୍ରଦାନ କରିଥିଲେ। ଏଥିସହିତ ଯାତ୍ରା ର ଶୁଭାରମ୍ଭ କରିବା ସହ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଥିଲେ। ଚିନ୍ମୟ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକା ର କିଲିମାଞାର ଶୃଗଂ ର ୧୯,୩୪୧ ଫୁଟ ଆରୋହଣ କରିବା ସହ ପର୍ବତ ଶିଖର ରେ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶ ର ପଟ୍ଟଚିତ୍ର ଓ ଜାତୀୟ ପତାକାକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସାଉଥ୍ ଆଫ୍ରିକା ର ଟୁର୍ ଆଣ୍ଡ ସଫାରୀ ପକ୍ଷରୁ ତାଙ୍କୁ ଅନୁମତି ପତ୍ର ମଧ୍ୟ ପ୍ରାପ୍ତ ହୋଇଛି। ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଖଣି ନିଗମ ପକ୍ଷରୁ ତାଙ୍କୁ ସହଯୋଗ ପ୍ରଦାନ କରାଯାଇଛି। ସେହିପରି ଖେଲୋ ଇଣ୍ଡିଆ ପାଇଁ ଜିଲ୍ଲା ରୁ ୧୮ ବର୍ଷରୁ କମ୍ ବର୍ଗରେ ଶ୍ରୀ ସୌମ୍ୟରଞ୍ଜନ ଦାଶ ଓ ଶ୍ରୀ ସତ୍ୟ ନାରାୟଣ ବେହେରା ହରିୟଣା ର ପଚଂକୁଲାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲାପାଳ ପୁଷ୍ପ ଗୁଛ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଆନ୍ତର୍ଜାତୀୟ ପର୍ବତାରୋହୀ ଶ୍ରୀ ଗଣେଷ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ପୂର୍ବରୁ ଶ୍ରୀ ମହାରଣା ପର୍ବତାରୋହଣ କୋର୍ସ୍ କରିବା ପରେ ହିମାଚଳ ପ୍ରଦେଶର ସେତଧାରା, ମନାଲିର ଲାମ୍ବାଡୁଗ, ରାଣିସୁଇ, ଲାଦାଖର ଷ୍ଟକ୍ କାଂଗ୍ରି, ହିମାଳୟ କିକିମର ପାଲୁଗଂ-୨ ଓ ୟୁନମ, ଉତ୍ତର କାଶୀ ର ଦରୱା ଓ ରୁଡୁ ଗଇରା ଶିଖରକୁ ସଫଳତା ର ସହ ଅତିକ୍ରମ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page