ବୈତରଣୀ ନଦୀ ବିପଦ ସଂକେତ ଟପିଲା।

0

ଯାଜପୁର(ସଙ୍କେତ ଖବର)
ବାତ୍ୟା ପରେ ବନ୍ୟା ଚିନ୍ତା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀ ରେ ପ୍ରଥମ ବନ୍ୟା ଆସିଛି। ଆଖୁଆପଦାଠାରେ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ହେବାକୁ ମାଇକ ଯୋଗେ ପ୍ରଚାର କରାଯାଇଛି। ନଦୀ କୁଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନଦୀ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ପଡ଼ିଲେ ଉଚ୍ଚ ସ୍ଥାନକୁ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳରେ ଥଇଥାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page