ଅସହାୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ସ୍ୱେଚ୍ଛାସେବୀ

0

କେନ୍ଦୁଝର (ସଙ୍କେତ ଖବର): କରୋନା ପରିସ୍ଥିତିକୁ ଦ୍ରୁଷ୍ଟି ରେ ରଖି କେନ୍ଦୁଝର ଜିଲାର କିଛି ଯୁବଗୋଷ୍ଠୀ ଅସହାୟ, ଖଟିଖିଆ, ଘରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ଦୀର୍ଘ ୧୮ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୫୦ ରୁ ଉର୍ଦ୍ଧ୍ବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଯୁବ ସମାଜସେବୀ ସରୋଜ କୁମାର ନାୟକ, ଅସିତ ନନ୍ଦନ ମହାନ୍ତି, ସମ୍ବିତ ପ୍ରଧାନ ପ୍ରମୁଖ ସାମିଲ ହୋଇ ନିଜସ୍ଵ ସମ୍ବଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଲକଡାଉନ ଆଂଶିକ କୋହଳ ହେବା ପରେ ଏହି ସେବା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଜରୁରୀ ପଡିଲେ ଏହି ସେବାକାର୍ଯ୍ୟ ପୁନର୍ବାର ଆରମ୍ଭ କରାଯିବ ବୋଲି ସରୋଜ ନାୟକ କହିଛନ୍ତି । ଶେଷ ଦିନରେ କେନ୍ଦୁଝର ଗାନ୍ଧୀ ଛକ ଠାରେ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଏହି ସେବାକାର୍ଯ୍ୟ ରେ ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ପଟନାୟକ ଯୋଗ ଦେଇ ଯୁବଗୋଷ୍ଠୀଙ୍କର ଏଭଳି ପ୍ରୟାସକୁ ଧନ୍ୟବାଦ ଦେବା ସହ ଏପରି କାର୍ଯ୍ୟ ଆଗକୁ ଜାରି ରଖିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page