ଗଡିଲା ଘଡେଇଙ୍କ ବଲ…

0

ଯାଜପୁରକୁ ହରାଇ ଢେଙ୍କାନାଳ ଚାମ୍ପିୟନ

ଟମକା (ଏସ କେ ଅବତାର ଅଲ୍ଲୀ): ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କଂସ ପଂଚାୟତର ଅଗ୍ରଣୀ ଯୁବକ ସଂଘ ସାଗେନ୍ ସାରନା କ୍ଲବ୍ ବାଲିପୁରା ଆନୁକୂଲ୍ୟରେ ଚାଲୁଥିବା ୧୩ତମ ବାର୍ଷିକ ଫୁଟବଲ୍ କ୍ରୀଡା ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନି ମ୍ୟାଚ୍ରେ ଢେଙ୍କାନାଳ ଫୁଟବଲ୍ ବ୍ଲକ୍ ବାବା ତିଲକେ କ୍ଲକ୍ ଯାଜପୁରକୁ ୨/୧ ଗୋଲରେ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ଉଦଯାପନି ଉତ୍ସବରେ ପ୍ରାକ୍ତନ ମନ୍ତ୍ରୀ ତଥା ବରିଷ୍ଠ ଶ୍ରମିକ ନେତା ପ୍ରଫୁଲ ଚନ୍ଦ୍ର ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଫାଇନାଲ ଖେଳକୁ ଆରମ୍ଭ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଅତିଥିମାନେ ଫାଇନାଲରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ଢେଙ୍କାନାଳ ଫୁଟବଲ ଟିମ୍ କୁ ନଗଦ ୧୦ହଜାର ଟଙ୍କା ସହ ଖାସି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ରନର୍ସଅଫ ଯାଜପୁର ଦଳକୁ ନଗଦ ୮ହଜାର ଟଙ୍କା ଓ ଖାସି ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ଭିତରୁ ସୁକିନ୍ଦା ରିଜିୟନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ରାଜ୍ୟ ବିଜେଡି ମହିଳା ଉପ ସଭାପତି ଭଗବତୀ ମହାନ୍ତ, ଶ୍ରମିକ ନେତା ପ୍ରଭାତ ପ୍ରଧାନ, ଭରତ ମହାନ୍ତ, ୩୮ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦାନ କରିଥିବା ବେଳେ ଯୁବକ ସଂଘର ବରିଷ୍ଠ ସଦସ୍ୟ ଶମ୍ଭୁନାଥ ମୁର୍ମୁ, ଜିତରାୟ ଟୁଡୁ ପ୍ରମୁଖ ଉପସ୍ଥିତ ରହିଥିଲେ । ପଡୋଶି ଝାଡଖଣ୍ଡ ରାଜ୍ୟର ବରିଷ୍ଠ ରେଫରି ଚୁନୁ ସିଂ, ସଂଜୟ ସାମାଡ, ମିତେଶ ବିରୁଆ ଓ କେନ୍ଦୁଝର ଜିଲ୍ଲାର ପପୁ ବାସ୍କେ ଖେଳ ପରିଚାଳନା କରିଥିଲେ । ଆଖା ପାଖ ଗ୍ରାମର ପାଖାପାଖି ୫ ହଜାରରୁ ଉର୍ଦ୍ଧ ଦର୍ଶକ ଏହି ଖେଳକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page