ଗବାଷୋଳ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ : କଳିଙ୍ଗନଗର ଚାମ୍ପିଆନ 

0

ବଡଚଣା (ସଙ୍କେତ ଖବର):ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଂଚାୟତ ଗବାଷୋଳ ଫୁଟ୍‌ବଲ୍ ଖେଳ ପଡିଆଠାରେ ଦାନଗଦି ଦେଶାଉଲି ୟୁଥ୍ କ୍ଲବ,ଗବାଷୋଳ ତରଫରୁ ଆୟୋଜିତ ୨୬ତମ ବାର୍ଷିକ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟରେ ଆଜିର ଫାଇନାଲ ମ୍ୟାଚରେ କଳିଙ୍ଗନଗର ଫୁଟ୍‌ବଲ୍ କ୍ଲବ, ଯାଜପୁର ,ଗ୍ଲୋବାଲ୍ ହେଡ୍ ସ୍ପୋଟସ କ୍ଲବ ,ଧାନମଣ୍ଡଳକୁ ପାନାଲଟି ସ୍କୋର ୩-୦ ଗୋଲ ଜରିଆରେ ପରାସ୍ତ କରି ଚାମ୍ପିଆନ ହୋଇଛି ।

ସମିଆଁ ପଂଚାୟତର ପୂର୍ବତନ ସରପଞ୍ଚ ତଥା ପଞ୍ଚାୟତ ବିଜେଡି ସଭାପତି ଯୁଗଳ କିଶୋର ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବା ଦ୍ବାରା କ୍ରିଡାବିତ୍ ମାନଙ୍କ ମଧ୍ୟରେ ସୁସଂର୍ପକ ସୃଷ୍ଟି ହେବା ସହ କ୍ରିଡାର ବିକାଶ ହୋଇ ପାରିବ ଓ ସରକାରୀ ଆବଶ୍ୟକୀୟ ସହଯୋଗ କରିବା ପାଇଁ  ମତ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ବଡଚଣା ବ୍ଲକ ଆତ୍ମାର ଅଧ୍ୟକ୍ଷ ନିରଞ୍ଜନ ସେନାପତି, ଯୁବ ବିଜେଡି ସଭାପତି ଗଣେଶ୍ବର ବରାଳ, ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ଦାସ, ପୂର୍ବତନ ସମିତି ସଭ୍ୟ ବିବେକ ରଞ୍ଜନ ସୁବୁଦ୍ଧି,ନାରୀନେତ୍ରୀ ପୁଷ୍ପଲତା ନାଥ, ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଗୌରାଙ୍ଗ ଚରଣ ଜାମୁଦା, ସମାଜସେବୀ ବିନୋଦ ହେମ୍ରମ ପ୍ରମୁଖ ଯୋଗଦେଇ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଶେଷରେ ଚମ୍ପିୟାନ ଓ ରନର୍ସଅଫ ଦଳକୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ । ଖେଳକୁ ଡମ୍ବରୁଧର ଜାମୁଦା ଓ କୁମାର ଜାମୁଦା ରେଫରି ଭାବରେ ପରିଚାଳନା କରିଥିବା ବେଳେ ବାବୁଲି ଜାମୁଦା,ସନାତନ ଗାଗରାଇ,ଗୌରାଙ୍ଗ ସୁଣ୍ଡି ଓ ମଙ୍ଗଲ ଜାମୁଦା ସ୍କୋରର ଓ ଧାରାବିବରଣୀ ପ୍ରଦାନ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୬୪ ଗୋଟି ଆଦିବାସୀ ଫୁଟ୍‌ବଲ୍ ଟିମ୍ ଅଂଶଗ୍ରହଣ କରିଥିଲେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି । ଏହି ଟୁର୍ଣ୍ଣାମେଣ୍ଟକୁ କ୍ଲବ ତରଫରୁ ସଭାପତି ଜଗୁସିଂ ଜାମୁଦା,ଉପସଭାପତି ସଂଜୀତ୍ କୁମାର ଜାମୁଦା, ସମ୍ପାଦକ କୈଳାଶ ସିଂଙ୍କୁ,ସହ ସମ୍ପାଦକ ଦୀପକ କୁମାର ଜାମୁଦା,ବିଜୟ ଜାମୁଦା,ବିଜୟ ଗୁପ୍,କରନ ଜାମୁଦା,ରାଇସିଂ ଜାମୁଦା ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତା ଖେଳ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page